:: ମୋ ଜନ୍ମଭୂମି ::
ପ୍ରଶଂସା ରେ ଭରପୂର
ବିଦେଶ ରେ ଖ୍ୟାତ
ପରମାଣୁ ରେ ଉନ୍ନତ
ସେଇ ମୋ ଜନ୍ମଭୂମି
ଭାରତ ବର୍ଷ ।।
ରାମରାଇଜ ବାପୁଜୀଙ୍କ ସ୍ୱପ୍ନ
ଦିଶୁଛି ଆଜି ମ୍ଳାନ
ଏତେ ବର୍ଷ ର ସ୍ୱାଧୀନତା ପରେ
ଘଟିନି ପରିବର୍ତ୍ତନ ।।
ଅହିଂସା ଅସ୍ତ୍ରେ ଜନ୍ମଭୂମି କୁ
ଦେଇଥିଲେ ପରା ମୁକ୍ତି
ସେହି ମାନବ ହୋଇଲେ ଲୀନ
ସୁଧାରି ଦେଶ ର ସ୍ଥିତି ।।
ଚୋରା କାରବାର ବୃଦ୍ଧି
ନାରୀ ନିର୍ଯାତନା ଯୈ।ତୁକ ଧର୍ଷଣ
ହିଂସା, ବିଦ୍ୱେଷ ନ ହେଲା ଶେଷ
ଗରିବ ହଟାଓ ସ୍ଵପ୍ନ ।।
ନିରୀହ ଏଠି ଯାତନା ସହେ
ବଢିଚାଲେ ବେକାରୀ, ଦାରିଦ୍ର୍ୟ,ଲୃଣ୍ଠନ
ବଢିଚାଲେ ଗୁଣ୍ଡା ରାଜ
ଗଣତନ୍ତ୍ର ହୁଏ ଲୀନ
ତ୍ରିରଙ୍ଗା ଝଣ୍ଡା ଆମରି ଚିହ୍ନ
ସଭିଏଁ ଆମେ ଏକ
ଜାତି,ଧର୍ମ କୁ ଆଡେଇ ଦେବା
ଏହାହିଁ ଆମ ସାକ୍ଷ୍ୟ ।।
ଭେଦା ଭେଦ କୁ ଭୁଲିବା ଆମେ
ଶପଥ ନେବା ତାରି ନାମେ
କରେ ମିନତୀ ଆକୁଳେ ଡାକି
ରଖିବା ଅକ୍ଷୁର୍ଣ୍ଣ ମା ର
ସିଏ ଯେ ମୋ ଜନ୍ମ ଭୂମି ମହାନ ।।
❤️❤️❤️❤️❤️❤️❤️❤️❤️❤️
ମନ୍ଦାକିନୀ ପାଢ଼ୀ
ରାଜନୀତି ବିଜ୍ଞାନ ଅଧ୍ୟାପିକା
ବରିକେଲ, ପଦ୍ମପୁର
ଜିଲ୍ଲା,ବରଗଡ଼
No comments:
Post a Comment