:ରଜ ର ମଉଜ ଗଲା :
ରଜ ଦୋଳି କଟମଟ
କରୋନା କରୁଚି ନାଟ ଲୋ ବଉଳ
କରୋନା କରୁଚି ନାଟ।
ପଙ୍ଗୁପାଳ ଙ୍କ ର ହାଟ
ମୌସୁମୀ ଆସୁଛି ଧୀରେ ଧୀରେ ହୋଇ
ଧରି ଶ୍ରାବଣ ର ଛାଟ।
ଲୋକ ମାନେ ଅମାନିଆ
ଲକ୍ ଡାଉନ୍, ବେଳରେ ଏଥର
ଡେଲି ମାର୍କେଟ ରେ ନିଆଁ।
ଆମ୍ଫାନେ ଭାଙ୍ଗିଛି ଗଛ
ଦୋଳି ଲଗେଇବା ସାତ ସପନ ଲୋ
ସେ କଥା ଭାବିବା ତୁଚ୍ଛ।
ଦୋକାନ ବଜାର ଫିଲିମୀ ର ଘର
ସବୁଠି ପଡ଼ିଛି ତାଲା
ସର୍ଟ୍ ଡାଉନ୍ ପାଇଁ କି ଏଥର
ହେଉନାହିଁ କିଛି ଖୋଲା
ନାହିଁ ଆଉ ହୋ ହଲା
କରୋନା ପାଇଁକି ଏଇ ବରସରେ
ରଜ ର ମଉଜ ଗଲା।
ଚିକେନ ଦୋକାନ ପାଖରେ ଲାଗିଛି
ଲୋକଙ୍କର ଲମ୍ବା ଲାଇନ
ଆଇନ୍ ବ୍ୟବସ୍ଥା ପଛରେ ପକାଇ
ରାଜି ସେ ଦେବାକୁ ପାଇନି।
କେରଳ ରାଜ୍ୟ ର ହସ୍ତୀ ମୃତୁ ପାଇଁ
କହୁଥିଲେ ନାନା କଥା
ଛେଳି କାଟି କରି ଜଗି ବସିଛନ୍ତି
ସତେକି ନେବାକୁ ବାର୍ଦ୍ଧକ୍ୟ ଭତ୍ତା।
କୁହନ୍ତି କରୋନା କରିପାରିବେନି
କିଛି ଯେ କ୍ଷତି ଆମର
ମିଛ ଟା ରେ ଖାଲି ଆଇନି ବତାନ୍ତି
ଆମ ଏଇ ସରକାର।
ଇଏ କି ପ୍ରକାର ମାନସିକତା
ସବୁ ଜାଣିଶୁଣି ତତ୍ସଲ୍ୟତା ଭାବ
ଅବାନ୍ତର ଯୁକ୍ତି କଥା।
ହୁଅ ଟିକେ ସଚେତନ ପାଠ ସାଠ ପଢି
ମୂରୁଖ ହୋଇଲେ
ହେବ ଏ ସମାଜ ଲିନ
ତୁମେ ହୁଅ ଟିକେ ସଚେତନ।
ସମସ୍ତ ଓଡ଼ିଶା ବାସୀଙ୍କୁ ମୁଁ ପହିଲି ରଜ ର ଅଶେଷ ଅଶେଷ ଶୁଭେ୍ଛା ଓ ଶୁଭକାମନା ଜଣାଉଛି 🙏
ଘରେ ରୁହନ୍ତୁ ସୁରକ୍ଷିତ ରୁହନ୍ତୁ,ସରକାରଙ୍କ ନିୟମ ମାନନ୍ତୁ।
ଜୟ ଜଗନ୍ନାଥ 🙏
✍️ ସୁବ୍ରତ କୁମାର ଦାସ
No comments:
Post a Comment