ରଜ ପର୍ବ
🏵🏵🏵🏵🏵
ନିବେଦିତା ମହାପାତ୍ର
🌹🌹🌹🌹🌹
🌹କୃଷି ପ୍ରଧାନ ଏ ଓଡିଶା ପ୍ରଦେଶ
ବର୍ଷସାରା କୃଷକ କରଇ ଚାଷ
ଧରା ବର୍ଷଣ କଲେ ଆତ୍ମପ୍ରକାଶ
କୃଷି କାର୍ଯ୍ୟରୁ ସେ ନିଏ ଅବକାଶ🌹
🌹କଜ୍ଜଳ ଲୋଚନା ବର୍ଷା ଆଗମନ
ଶାନ୍ତ ସଲୀଳର ଧାରା ପ୍ରବାହନ
ଦୂର କରେ ନିଦାଘର ନିପିଡନ
ପୁଲକିତ ହୁଅଇ ଅବନୀ ମନ🌹
🌹ନିଃଶେଷ ହୋଇଲେ ଜଗତର କ୍ଲେଶ
ତାପକ୍ଲିଷ୍ଟା ଧରାକୁ ମିଳେ ଆଶ୍ବାସ
ପାଇ ଆଷାଢ଼ର ପହଲି ପରସ
ଧୂସର ଧରଣୀ ହୁଅଇ ରଜସ୍🌹
🌹କଲ୍ୟାଣମୟୀ ରୂପରେ ଆର୍ବିଭୂତା
ପୂର୍ଣ୍ଣ ଯୌବନ ପ୍ରାପ୍ତ ଧରିତ୍ରୀ ମାତା
ନୂତନ ସୃଜନ ସ୍ବପ୍ନେ ଅଭିଭୂତା
ହୁଅଇ ଶ୍ୟାମଳ ଶୋଭାରେ ମଣ୍ତିତା🌹
🌹ଜ୍ୟେଷ୍ଠ ଶେଷ ଆଷାଢର ଦୁଇଦିନ
ରଜ ଉତ୍ସବକୁ କରନ୍ତି ପାଳନ
ପହିଲି ରଜ ଠାରୁ ଭୂମି ଦହନ
ଆମୋଦ ପ୍ରମୋଦରେ ବିତାନ୍ତି ଦିନ🌹
🌹ଆସଲୋ ସଙ୍ଗାତ ଆସ ମୋ ଭାଉଜ
ମିଳିମିଶି ଆମେରେ ପାଳିବା ରଜ
ଅଳତା କୁଙ୍କୁମେ ହୋଇ ସଜବାଜ
ଉଲ୍ଲସିତ ମନେ କରିବା ମଉଜ🌹
🌹କରିବା ନବବସ୍ତ୍ର କୁ ପରିଧାନ
ଗୁଆ ପାଟୁକାକୁ ପାଦୁକା ସମାନ
ପୋଡପିଠା ତାମ୍ବୁଳ କରି ବଣ୍ଟନ
ସଭିଙ୍କୁ ବାନ୍ଧିବା ମୈତ୍ରୀର ବନ୍ଧନ🌹
🌹କ୍ରୀଡା କୌତୁକ ନାଚଗୀତ ଆସର
ବନ୍ଧୁ ଗହଣରେ ପୁରି ଉଠେ ଘର
କର୍ମ ଜଞ୍ଜାଳରୁ ମିଳେ ଅବସର
ଜୀବନଟା ହୁଏ ଉତ୍ସବ ମୁଖର🌹
🌹ବାଳିକା ସକଳ ହୋଇ ଏକତ୍ରିତ
ଦୋଳିରେ ଝୁଲି ହୁଅନ୍ତି ଉଲ୍ଲସିତ
ସୁଲଳିତ କଣ୍ଠେ ତାଙ୍କ ରଜଗୀତ
ଗ୍ରାମ୍ୟ ପରିବେଶକୁ କରେ ମୁଖରିତ🌹
🌹ଶାନ୍ତି,ସୌହାର୍ଦ୍ଦ୍ଯର ପର୍ବ ଏ ଅଟଇ
ଏକତା ଡୋରୀରେ ସଭିଙ୍କୁ ବାନ୍ଧଇ
ଧରାଧାମକୁ ଏହା ଯେବେ ଆସଇ
ମୌସୁମୀ ମୃତ୍ତିକା ମିଳନ ଘଟଇ🌹
🏵🏵🏵🏵🏵🏵🏵🏵🏵
ମୁକୁନ୍ଦ ମିଶ୍ର ନଗର,ଗୋପିନାଥପୁର,ପୁରୀ
🌹🌹🌹🌹🌹🌹🌹🌹🌹
ରଜପର୍ବ - ନିବେଦିତା ମହାପାତ୍ର , ପୁରୀ

Reviewed by ପବିତ୍ର ବେହେରା
Published:
Rating : 4.5
Published:
Rating : 4.5
No comments:
Post a Comment