ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ମାଆ - ଶ୍ରୀ.ଡ଼ମ୍ବୁରୁଧର ବେହେରା- ଗଜପତି



      ମାଆଁ

                  
                 ସୁରଳା (ଗଞ୍ଜାମ)
ଯାହା ପାଇଁ ରଖିଲି ମୁଁ
ଦୁନିଆରେ ପାଦ
ତା '  ନାମରେ ଡାକଦେଲି
ମାଆଁ ମାଆଁ ପଦ।।
ପାଟି ଶୁଣି ମାଆଁ ମୋର
ଜାବୁଡ଼ି ଧରିଲା
ଖଣ୍ଡ କ୍ଷୀର ଭାଙ୍ଗି ମୋତେ
ମୋ ' ମୁହଁରେ ଦେଲା ।।
ରୁଚୁବା ନ ରୁଚୁ ମୁହିଁ
ଗୋଇଠା ମାରିଲି
ଥୁଉ ଥୁଉ କରି ମୁହେଁ
ମୁଖେ ନ ଧରିଲି ।।
ଅଝଟ ହୋଇଣ ମୁହିଁ
କ୍ରନ୍ଦନ କରିଲି
ଅକାରଣେ ମାଁ ' ଆଖିରେ
ଅଶ୍ରୁ ଭରିଦେଲି ।।
ଗେଲ କରି ମୋତେ ସିଏ
କିଛି ନ ବୋଲିଲା
ଗୁଣୁ ଗୁଣୁ ଗୀତ ଗାଇ
କୋଳେ ଶୋଆଇଲା ।।
କ୍ରମେ ମୋର ହାତ ଧରି
ବାଟ ଚଳାଇଲା
ପାଶେ ରହି ସାଥେ ମୋର
ପରିଚୟ କଲା ।।
ବାପା,ଦାଦା,ଭାଈ,ଡାକ
କେତେ ଶିଖାଇଲା
ଛୋଟରୁ ସେ ବଡ଼ କରି
ଦୂରେଇ ନ ଦେଲା ।।
ଜୀବନର ସବୁ ଦୁଃଖ
ମୋ ' ପାଇଁ ସହିଲା
ମୁଣ୍ଡ ଝାଳ ତୁଣ୍ଡେ ମାରି
ମଣିଷ କରିଲା ।।
ଦେଲା ନୀତି ଶିକ୍ଷା ଆଉ
ଅମୂଲ୍ୟ ବିଚାର
କହିଲା ବାବୁରେ ତୁଇ
ନ କରିବୁ ପର ।।
ପାରିବିନି ଋଣ ତାଙ୍କ
ଜୀବନରେ ସୁଝି
ନ ଦେବି ମୁଁ କଷ୍ଟ କେବେ
ଜୀବନରେ ବୁଝି ।।
ଯାହାଙ୍କର ପାଇଁ ମୁହିଁ
ପାଇଲି ଜୀବନ
ତାଙ୍କ ପାଇଁ ହୃଦୟରେ
ଥାଉ ମୋ ' ସମ୍ମାନ ।।
ଦୁନିଆରେ ନାହିଁ କିଛି
ତାଙ୍କ ଠାରୁ ବଡ଼
ସ୍ନେହ,ଶ୍ରଦ୍ଧା,ପ୍ରେମ ତାଙ୍କ
ଏ ଧରାରେ ଶ୍ରେଷ୍ଠ ।।
ତା ' ଆଶିଷ ପାଇ ମୁହିଁ
ହେବି ମୁଁ ତ ଧନ୍ୟ
ତା ' ବ୍ୟତୀତ ଆଉ କେହି
ନ ହେବେ ନମସ୍ୟ ।।
                     ଶ୍ରୀ.ଡ଼ମ୍ବୁରୁଧର ବେହେରା
                     ନବୋଦୟ ବିଦ୍ୟାଳୟ (ଶିକ୍ଷକ)
                     ପାରଳାଖେମୁଣ୍ଡି, ଗଜପତି(ଓଡ଼ିଶା)
                   ସମ୍ପର୍କ - ୯୪୩୭୭୮୮୪୬୪

No comments: