ଦୀପଟିଏ.
-------------------------------------------
ଅହରହ ଜଳୁଛି ଯେ ଜଳୁଛି
ଅନ୍ଧାରର ବୁକୁଚିରି
ପୁଲକିତ କରିକରି
ଜନ୍ମ ଜନ୍ମାନ୍ତର
ନିରୋଳା -ନିଟୋ ଳ
ବଳୟ ତୁ ମାଆ ।
ଜଳୁଥାଏ ଜାଳୁ ଥାଏ
ବିନିଦ୍ର ଦିନଗୁଡିକ
ନିରନ୍ତର ନିଃସଂଗତାରେ
ଏନ୍ତୁଡ଼ିଶାଳ ରୁ
ଲହୁହୀନ ଓଠରୁ ଭରିଦେଇ
ପ୍ରୀତିର ପୁଲକ ।
ମାଆ ନୁହେଁ / ଦୀପ
ଦୀପ / ନୁହେଁ ମାଆ
ତେଲ ସରି ସରି ଆସେ
ବଳିତା ବି ଶୋଷିନିଏ
ଜିଅନ୍ତା ଶବଟିକୁ--
ଉଚ୍ଚ।ରିତ ହୁଏ
ବାବୁରେ --- ମୁଁ ତୋ ମାଆ ।
ଇଚ୍ଛା ଥାଉ କି ନ ଥାଉ
ଛକିଶୂନ ଖେଳ ପରି
ହାରଜିତ୍ ଏବଂ
ବାରମ୍ବାର ଜନ୍ମନେବା ଇଛାରେ
ମନେପଡେ---
ମାଆ ମୋର କେତେ ଭଲ
ସାପ୍ତାହିକ
କବିତା ଭିତରେ ।
। ତା ୦୭ /୦୬/୨୦୨୦
ଶ୍ରୀଧର କୁମାର ନାୟକ
[ଶିକ୍ଷକ ଓଡ଼ିଆ ବିଭାଗ ]
ଜବାହର ନବୋଦୟ ବିଦ୍ୟାଳୟ, ବସ୍ତର
ଛତିଶଗଡ଼
ଦୂର ଭାଷା- ୯୪୩୭୭୦୮୮୨୮
No comments:
Post a Comment