ମାଆର ଚିଠି
ଶ୍ରାଵଣ ଶୁକ୍କେ ମାଆ ମୋର
ଦେଇଥିଲା ଏକ ଚିଠି
ଚିଠି ଟିଏ ପାଉ ପାଉ ହୋଇଗଲା
ଭାଦ୍ରବ ଦ୍ୱିତୀୟା ତିଥି ।।
ମନର ଵ୍ୟଥାକୁ ଚିଠରେ ଲେଖିଛି
ମମତାର ଶବ୍ବେ ତାକୁ ଯୋଡିଛି
ଆଃ ଚିଠିଟି କେଡ଼େ ମନୋହର
ନାହିଁ ତାର ପ୍ରତ୍ୟୁତ୍ତର।।
ଚିଠିରେ ଲେଖିଛି ଜନିତ୍ରୀ ମୁଁ ଜରାୟୁରେ
ରଖିଥିଲି ତତେ ନବ ମାସ ନଵ ଦିନ
କୁଆଁ କୁଆଁ ଡାକି କଲୁ ମୋ କୋଳ ମଣ୍ଡନ।।
ତୋ ଜନ୍ମେ କର୍ଣ୍ଣ ମୋର ଶୁଣି ଛି ଶତ ଧିକ୍କାର
ତଥାପି ହାରିନି ଜିତିଛି ଶୁଣି ମାଆ ଡାକ ତୋର ।।
ଠୁକୁ ଠୁକୁ ଚାଲିଲୁ ମିଠା ମିଠା ହସିଲୁ
ଉନ୍ମାଦିନୀ ହୋଇଗଲି ଯେଵେ ତୁ
ଗାଲୁରୁ ଗାଲୁରୁ ଗପିଲୁ ।।
ଅଧ୍ୟୟନ ପାଇଁ ଗଲୁ ତୁ ଦୂର ରାଇଜେ
ତୋ ଵିହୁନେ ମନ ମୋର ତତେ ନିତି ଖୋଜେ
ତୁ ମୋର ସପ୍ତ ଜନ୍ମର ପୂଣ୍ୟ ଫଳ
ତତେ ନ ଦେଖି ନେତ୍ରେ ମୋର ଅଶ୍ରୁ ଟଳମଳ ।।
ତୋ ବିନା ଆଷାଢ଼ ଶ୍ରାଵଣ ମୋ ଵେନି ନୟନ
କେମିତି କହିଵି ତତେ
ଆ ମୋ କୋଳ କୁ ଫେରିଆ ଧନ ନିତି
ଖୋଜେ ତତେ ପ୍ରତିବିମ୍ବେ
ତପସ୍ୱୀନି ରଥ
No comments:
Post a Comment