"ରଜ"
‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐
ପହିଲି ବରଷାର
ଭୂମିର ସୁଗନ୍ଧିତ
ମିଠାମିଠା ବାସ୍ନାରେ
ଅବନୀ ରାଣୀର ନବ ଯୌବନେ
ଫୁଟିଉଠେ ସୁଷମା ସୁରଭିତ
କେତକୀ ରଜନୀ ଗନ୍ଧାର ମହକରେ ା
ନାଲିଟୁକୁଟୁକୁ ସାଧବ ବୋହୁର ା
ମ୍ରୁଦୁମ୍ରୁଦୁ ଅଳତା ରଗଂ ପାଦରେ ା
କୁଆଁରୀ ମନର ଛାତି ତଳେ
ଅକୁହା କଥା ସରମି ଲତା ଟି ଭିଜି ଯାଏ ଶ୍ରାବଣୀ ର ଧାରାରେ ା
ନାନା ରଗଂ ବସ୍ରେ ପିନ୍ଧି ଅ ଳକାଂ ର
ଭୂଷଣ ମାନ ସଜାଇ ଦିଏ
ନିଜ ମନ ଉପବନ ା
ପିଠା ପଣା କରି ,ଦୋଳି ଖେଳେ
ପ୍ରେମେ ଚନ୍ଚଳ ମନ ା
ଚାଷିଭାଇ ମହା ଆନନ୍ଦ ମନେ ା
ନୂଆ ବରଷା ରେ ବେଉଷଣ କରେ
ଚାହିଁ ଗଗନେ ,ଖେଳ କଉତୁକେ
ପିଲାଏଥାନ୍ତି ହରଷ ମନେ ା
ଭଞ୍ଜ କଂ ଗୀତ ରେ ଚାଷିକଂ ମନଉଚ୍ଛନ ଖେତ ବିଲ ସହ
ଦୁଲୁକେ ବନ ା
ସବୁଜ ଫସଲେ ହସେ ବନାନୀ
ରୂପେ ରଜବତୀ ହୁଏ ଅବନୀ
ଖୁସୀ ରେ ଦୋଳି ଖେଳେ କାମିନୀ
ରଜେ ସଜବାଜ କରିମଉଜ
ତିନି ଦିନ ଶେଷେ ଖୁସୀ ରେ ଧରଣୀ ମାଗେ ମେଲାଣୀ
ରଖ ନାହିଁ ଆଉ ବିରାଗ ମନେ
ପାହି ଲାଣି ଦେଖ ଯାମିନୀ ା
ଶୋଭାଗିନୀ ନନ୍ଦ
ଜୟପୁର(କୋରାପୁଟ)
ମୋ:୮୭୬୩୮୧୧୧୮୨
No comments:
Post a Comment