ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ରଜ - ଲୋପାମୁଦ୍ରା ପରିଡା , ବାଙ୍ଗାଲୋର

         ରଜ

ବୋଉ ବାଟୁଥିଲା ହରଗଉରା ଲୋ,ମଞ୍ଜୁଆତି ଗାଢା ଲାଲି
ଖଇରିଆ ଚାହାଚିନି  ଅଙ୍କା ପୁଣି,ମହକି ଉଠେ ପାପୁଲି ।।୧।।

ତାଳପତର ର ଖୋଳପା ଚପଲ 
ମଡେଇ ଚାଲଇ ଝିଅ, 
ଚନ୍ଦନ, ସିନ୍ଦୁର ଟିପିଟିପି ଚିତା, 
ମଥାରେ ସଜାଇ ହସୁଛି ତା ସୁନା ମୁହଁ ।।୨।।

ନୂଆ ରିବନକୁ,ନୂଆ ବସନ ଯେ ପାଦେ ନୂପୂର ଯେ ରୁଣୁ ଝୁଣୁ ଧରା, 
ରଜଦୋଳୀ ବନ୍ଧା ସକଳ ବାରି ଲୋ,ସଙ୍ଗୀ ସଙ୍ଗାତ ଙ୍କ ମେଳ ପରା ।।୩।।

ବସୁମତୀ ସ୍ନାନ ବଟାହଳଦୀ ଲୋ,ପୋଡପିଠା ବାସେ ଘିଅ 
ସଖୀ ସାଥୀ ମେଳେ ପାନ ଭାଙ୍ଗି ଖାଏ, ରଜମଉଜରେ ଝିଅ ।।୪।।

ମଲ୍ଲୀ ର ଗଜରା ଗଭାରେ ସଜାଇ,ପାନ ଖାଇ ଓଠ ଲାଲି
ସୁନ୍ଦର ପଣରେ ଧରଣୀ ରାଣୀ ଲୋ,ହସୁଥାଇ ଖିଲି ଖିଲି ।।୫।।

ଲୋପାମୁଦ୍ରା ପରିଡା 
A 113,subhadaya luxuria appartment, panathur, Bangalore 

No comments: