~ରଜପର୍ବ ~
=============
ରଜ ଦୋଳି କଟମଟ
ପୁଣି ବରଷକେ ଥରେ ଆସିଛି ରଜ
ଆସିଛି ରଜ ଲୋ
ଆସ ହେବା ସଜବାଜ |
ପାଦେ ଅଳତା ମଥାରେ କୁଙ୍କୁମ
ଦେହରେ ଆଵରଣ ପଟ ନୂଆ ପୋଷାକ
ନୂଆ ପୋଷାକ ଲୋ
ଦିଶେ ଧରିତ୍ରୀ ଶୋଭନୀୟ ଝଟମଟ|
ନୂଆ ଲୁଗାରେ ଅଳତା ମଖା ଛମଛମ ଚାଲି
ଟୋକାଙ୍କ ହୃଦୟ ଏଠି ଦେଲାଣି ଜିଣି
ଦେଲାଣି ଜିଣି ଲୋ
ଆସ ଯିବା ତାଙ୍କ ପାଖକୁ ମନ କିଣି |
ବୁଲି ବୁଲି ସଙ୍ଗାତ ଘରକୁ ଘର
ଖାଇଲୁ ପୋଡପିଠା ନାନା ପ୍ରକାର
ନାନା ପ୍ରକାର ଲୋ
ଆସ ପାନ ଖାଇ ନାଲି ପାଟି କରିବା ସଙ୍ଗାତ |
ଆହା କି ସୁନ୍ଦର ବାଉଁଶ ଦୋଳି
ଖେଳିଲେ ଦୋଳି ଝିଅ ଦିଶେ ପାଟ ରାଣୀ
ଦିଶେ ପାଟ ରାଣୀ ଲୋ
ହେବ ସେ କାହାର ଟୋକାଙ୍କ ଭିତରେ ଲାଗେ କଳି |
ଗ୍ରାମ ଶେଷ ମୁଣ୍ଡେ ଚାଲିଛି ବାଗୁଡ଼ି ଖେଳ
ନେଇ ବୁଢା ଟୋକାଙ୍କର ମେଳ
ଟୋକାଙ୍କର ମେଳ ଲୋ
ଦେଖିବାକୁ ଯିବା ଆସ ସଙ୍ଗାତ |
ରଜ ତିନି ଦିନ କାଳ ଝିଅଙ୍କ ମସ୍ତି
କୁଟା ଦୁଇ ଖଣ୍ଡ କରିବା ମନା ଏଠି
କରିବା ମନା ବୋଲି ଲୋ
ଦେଖିବ ତାଙ୍କର କି ଖୁସି |
ଏମିତି ଚାଲିବ ରଜ ତିନି ଦିନ
ନୂତନର ଖୁସି ସମ୍ଭାବନାରେ ନ ଯିବ ଭୁଲି
ନ ଯିବ ଭୁଲି ଲୋ
ଏବେ ପୃଥିବୀ ମାଆ ରଜସ୍ବଳା ବୋଲି |
ଏଇ ତିନି ଦିନ ରଖିବା ସେଇ ମାଆ ପ୍ରତି ବିଶେଷ ସମ୍ମାନ
ଆମ ପରମ୍ପରାର ଏ ଅନ୍ୟନ୍ୟ ବିଭବ
ଅନ୍ୟନ୍ୟ ବିଭବ ଲୋ
ପୃଥିବୀ ସହିତ ନିବିଡ ଭାବେ ଜଡିତ ଜୀବନ |
================================
ମିସ.ପ୍ରଜ୍ଞାଲୀନ ସାହୁ
ଜଗତସିଂହପୁର






No comments:
Post a Comment