"ନାହିଁ ସେ ରଜ"
ବରଷକେ ଥରେ ଆସିଛି ରଜ
ନାହିଁ ସଜବାଜ ନାହିଁ ମଉଜ
ବନସ୍ତେ ଵି ଆଉ ଡାକୁନି ଗଜ
ପ୍ରତି ପରମ୍ପରା ହଜିଯାଉଛି
ମଣିଷ ଅପସଂସ୍କୃତି ପଛରେ ଧାଇଁଛି
ମିଳେନି କାଠ କି ଗୋବର ଘସି
ପୋଡପିଠା ଆଉ ଲାଗୁନି ଖୁସି
ନୂଆ ପୋଷାକ ନୂଆ ଲୁଗାରେ ସଜ
ନାହିଁ ଜେଜେମାର ପାନ ଆଉ ରିବନଗଜ
ନାହିଁ ବଡି ଭୋରରୁ ଗାଧୁଆ
ନାହିଁ ପିଠାପଣା ଦିଆନିଆ
ସଟ୍ ଡାଉନ୍ ପରିସ୍ଥିତି ଇୟେ
ଚାଷୀଙ୍କ, ନେଟ୍, ୟୁ ଟୁଵ୍ ଓ ଟିଭି ରେ
ହାପି ରଜ ହାପି ରଜ କହି
ରଜ ପାଳନ୍ତି ଗାଁ ଠୁ ସହର
ଗଳିକନ୍ଦି ବଣ ଓ ଜଙ୍ଗଲ
ଆରିସା, କାକରା ଓଭନ୍ ପିଠା
ଖିଲିପାନ ଆଜି ଲାଗୁଛି ଚିଟା
ନାହିଁ ପୁଣି ବାଉଁଶ ରଜ ଦୋଳି ପାଇଁ
କେଉଁଠି ଅମ୍ଫାନ ପ୍ରଭାବ ତ ଘର କେଉଁଠି
ନାହିଁ ଵିରାଟ ବିରାଟ ବରଗଛ
ଦୋଳି ଖେଳ ଆଉ ହେଉନି ସ୍ଵଚ୍ଛ
ବୁଲାବୁଲି କରିବା ମନା ଇୟେ ମହାମାରୀ ଆତଙ୍କ କଟକଣା
ଭେଣ୍ଡା ଟୋକାଏ ଖେଳନ୍ତିନି ଵାଗୁଡି
ନାହିଁ ତାସ ଆସର କି ଲୁଡୁର ପେଡି
ମୌସୁମୀ ଖେଳୁଛି ଲୁଚକାଳି
ହଳ କରିବାକୁ ପ୍ରସ୍ତୁତ କୃଷକ
ଶୁଭୁଛି ଛେଳି, ମେଣ୍ଢା ଓ କୁକୁଡ଼ା
ବୋବାଳି
ଘରେ ବସି ଯାହା କରିବା କଥା
ସୁରକ୍ଷିତ ସ୍ଵାସ୍ଥ୍ୟ ପାଇଁ ଏହିବ୍ୟବସ୍ଥା
ସରକାରୀ କଥା ମାନି ଚଳିଲେ
ଆସନ୍ତା ବର୍ଷ ମାନିବା ରଜ ଖୁସିରେ ଭଲେ
କଳ୍ପନା ରାୟ
ସହକାରୀ ଶିକ୍ଷୟିତ୍ରୀ
ଲଇଡା ବାଳିକା ଉଚ୍ଚ ବିଦ୍ୟାଳୟ,
ଲଇଡା, ସମ୍ବଲପୁର,
ଫୋନ୍ - 9583350342.






No comments:
Post a Comment