*ରଜ ମଉଜ*
ଆଗଭଳି ଆଉ ନାହିଁ ମଉଜ
ହାତଗଣା ଏବେ ପାନ-ବରଜ
ପାନ ବିନା ଫିକା ଲାଗେ ଏ'ରଜ
ଗାଆଁଟା ହେଇଛି ସହରୀ ସଜ ||
ପୋଡ଼ପିଠା ଏବେ ଖାଇବା ଲାଜ
ଆଧୁନିକତାର ପଡ଼ିଛି ବୀଜ
କୁଆଁରୀଙ୍କ ନାହିଁ ଅଳତା ସଜ
ପାଶ୍ଚାତ୍ୟ ଦୋଳିରେ ହସୁଚି ରଜ ||
ମଣିଷ ହାତରେ ମଲାଣି ଗଜ
ଆତ୍ମିୟତାଟିର ପଡ଼ିଛି ଖୋଜ
ଅନୀତିରେ ଭରା ମଣିଷ ଭୁଜ
ସଂସ୍କୃତି ପୁରେ ଅସଂସ୍କୃତି ଶେଜ ||
ସ୍ବର୍ଣ୍ଣିମ ସଂସ୍କୃତି ଉତ୍କଳ ଶୌର୍ଯ୍ୟ
ଜୀଇଁଛି ଜୀଇଁବା ଅପରିହାର୍ଯ୍ୟ
ଉତ୍କଳ ସଂସ୍କୃତି ନହେଉ ଉଜ
ଏଥକୁ ସହାୟ ହେ'ଚତୁର୍ଭୁଜ ||
---×--
✍ ସନ୍ତୋଷ ପଟ୍ଟନାୟକ
ଗଞ୍ଜାମ ।






No comments:
Post a Comment