ନାରୀ ସଶକ୍ତିକରଣ
===========
ଝୁମୁରି କାନ୍ଦୁଚି ପଢିବ ପାଠ
ପାଠ ପଢି ସିଏ ହୋଇବ ଚାଟ
ନୂଆ କରି ଯିବ ପାଠ ସେ ପଢି
ହାତରେ ଧରିଛି ସିଲଟ ଖଡ଼ି
ଝୁମୁରୁ ଝୁମୁରୁ ଚାଲେ ଝୁମୁରି
ପଢିବା ପାଇଁକି ପାଠ ତାହାରି
ସବୁଥିରେ ସିଏ ହେବ ପ୍ରଥମ
ବଢ଼ାଇବ ତାର ଗାଁ ସୁନାମ
ପ୍ରଥମ ହୋଇଲା ପାଠରେ ଯହିଂ
ଖେଳ କୁଦେ ଦେଲା ମନ ଲାଗାଇ
ସବୁଠି ରଖିଲା ପ୍ରଥମ ସ୍ଥାନ
ବଢ଼ାଇଲା ଆମ ଦେଶର ମାନ
ବାପା ମା ତାର ହୋଇଲେ ଖୁସି
ଝୁମୁରି ପାଇଁ ଦେଲେଟି ହସି
କହିଲେ ତୁ ଆମ ରଖିଲୁ ମଥା
ଝିଅଟିଏ ତୁ ଜଗତ ଜିତା...
ବିଚିତ୍ରାନନ୍ଦ ଜେନା
ସେଣ୍ଡତୀରା, ବନ୍ତ, ଭଦ୍ରକ
9438466017






No comments:
Post a Comment