*କୃଷକ*
*******
ଉଷାର ପ୍ରୀତିରେ ମନ ହରଷରେ
ବାହାରିଯାଏ କ୍ଷେତ କୁ,
କୃଷକ ଭାଇ ସେ ଜୀବନ୍ୟାସ ଦିଏ
କୋଡ଼ି,କୋଦାଳ ମାନଙ୍କୁ।।
ପ୍ରାଚୀରେ ଉଦିତ ପୂର୍ବାଶା ଚହଟେ
ମାଟିକୁ ହରଷ ଦିଏ,
ପ୍ରକୃତି କୋଳରେ ସବୁଜ ଉଲ୍ଲାସ
ସେହି ଏକା ଭରି ଥାଏ।।
କୃଷକ ନଥିଲେ ଅନାହାର କ୍ଳିଷ୍ଟ
ଗ୍ରାସେ ଗରିବ ଠୁ ଧନୀ,
ଜୀବନରେ ଆସେ ନଅଙ୍କ ଦୁର୍ଭିକ୍ଷ
ଭରି ଦେଇଯାଏ ଗ୍ଲାନି।।
ବୁକୁଚିରି ସିଏ ଲୁହ,ଲହୁ ଦିଏ
କୁଢ଼ କୁଢ଼ ଅନ୍ନ ପାଇଁ,
ସଭିଏଁ ପାଉଛ ଆତ୍ମତୃପ୍ତି ତାକୁ
ପ୍ରବଞ୍ଚନା ଦିଅ ନାହିଁ।।
ତୁମର ବିଜ୍ଞାନ ଚାପେ ଚାପିହୁଏ
ବାକି ଭବିଷ୍ୟତ ତା'ର
ସମାଧିସ୍ତ ହୁଏ ଦଦରା ସପନ
ଅବଶୋଷ ଦେହେ ତା'ର।।
ଦୁଃଖେ ମୁହ୍ୟମାନ ସଦା ତା' ଜୀବନ
କର ନାହିଁ ହୀନିମାନ,
ସର୍ବ ହୃଦେ ଦିଅ ସ୍ଲୋଗାନ ତା' ପାଇଁ
ଜୈ ଯବାନ ଜୈ କିଷାନ।।
*************************
ଅଜୟ କୁମାର ଜେନା
ବଡ଼ରମ୍ପାସ, କେନ୍ଦୁଝର
6372260479






No comments:
Post a Comment