ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

କୃଷକ - ସଞ୍ଜିତା ଦ୍ୱିବେଦୀ , ଅନୁଗୋଳ

      କୃଷକ 

କୃଷକ ଟିଏ ମୁଁ କୃଷକ ଟିଏ 
କୃଷି ମୋହର କାମ,
ମାଟି କୁ ମୁଁ ମୋର ମାଆ ମଣ ଇ 
ସଞ୍ଜ ସକାଳେ ନିଏ ମୁଁ ତାର ନାମ ।।
କୃଷକ ଟିଏ ମୁଁ କୃଷକ ଟିଏ 
ଲଙ୍ଗଳ କଣ୍ଟି ମୋ ଦେବତା 
ତାରି ପାଇଁ ମୁଁ ଜୀବନ ଧରିଛି 
ପାଇଛି ତା ଠାରୁ ମମତା ।।
କୃଷକ ଟିଏ ମୁଁ କୃଷକ ଟିଏ 
ଯୋଗାଏ ସଭିଙ୍କୁ ଆହାର 
ମାଟି ମା ଆମ ପାଇଁ 
ସହୁଛି କେତେ ଦୁଃଖ ର ଭାର ।।
ଚିରି ବକ୍ଷକୁ ତାର 
ଦିଏ ଅମୃତ ଧାର ।।
କୃଷକ ଟିଏ ମୁଁ କୃଷକ ଟିଏ 
ଚାହେଁନି ଯିବାକୁ ଉଚ୍ଚକୁ,
ଯେମିତି ରେ ଅଛି,ଖୁସି ରେ ଅଛି ମୁଁ 
ମାଆ ମଣିଛି ମୁଁ ଧରାକୁ ।।

ସଞ୍ଜିତା ଦ୍ୱିବେଦୀ 
ପାଲଲହଡ଼ା, ଅନୁଗୋଳ

No comments: