***କୃଷକ***
ଭାରତର ମେରୁ ଦଣ୍ଡ ଯିଏ
କୃଷକ ଭାଇ ଭାରି ପରିଶ୍ରମି ସିଏ
ଭୋକିଲା ପେଟକୁ ଅନ୍ନ ଯୋଗାଏ
କୃଷି ହିଁ କୃଷକର ମୂଳ ଧନରତ୍ନ
ନା ନା କ୍ଷତି ସହି ବୁଣେ ସେ ବିହନ।
ଡରିନି ସେ କେବେ ଖରାବରଷା
ହେଉ ପଛେ ସିଏ ଯେତେ ଲୋକ ହସା
ଗରିବ ବଲିଣ ନାହିଁ ଦୁଃଖ ତାର
ଅନ୍ନଦାତା ସିଏ କୋଟି ଜନମାନସର।
ସମୟେ ସମୟେ ଭାଙ୍ଗି ଯାଏ ମନ
ମରୁଡ଼ି ବନ୍ୟା ବାତ୍ୟା କରେ ତାକୁ ଘରଶୂନ୍ୟ
ଋଣ ଶୁଝି ପାରେନି ବଳି କାହାକୁ କୁହେନା
ନ ମିଳୁ ପଛ କେ ତାକୁ ସରକାରୀ ଯୋଜନା ।
ଚାଷି ଆତ୍ମହତ୍ୟା ନିତିଦିନିଆ ଘଟଣା
ଖବର କାଗଜର ପ୍ରଥମ ପୃଷ୍ଠା ରେ ଅତି ଜଣାଶୁଣା
ମେରୁଦଣ୍ଡ ବିଷ ପିଏ ଆଜି
ତୋତେ ଆଶ୍ରା କରି ଜଗତରହିଛି ଚାହିଁ
ଦେଶ ବାସୀ ତୋର କେମିତି ବଞ୍ଚିବେ
ନ ଧରିବୁ ଧର୍ଯ୍ୟ ଯଦି ତୁହି।
ଆଜିର ଦୁନିଆରେ ବଡ଼ ଲୋକ
ମାଟିରେ ମିଶାନ୍ତି ତା ଆଶାକୁ
ଆତ୍ମହତ୍ୟା ସକାଶେ ଆସିଥିବା ଟଙ୍କା
ପହଞ୍ଚି ପାରେନି ତ ସଠିକ୍ ଯାଗାକୁ।
ଚାଲିତ ଆସୁଛି ଲାଞ୍ଚ ମହାମାରୀ
ତଣ୍ଡି ଚିଁପେ ଆଜି ଅର୍ଥ ଅଭାବର ସେ ପହଁରୀ
ହାରିବା ଶିଖିନି କୃଷକ ଭାଇ
ଆଗକୁ ବି ଯିବ ଏମିତି ସୁଖ ଦୁଃଖ ପାହାଡ଼ ଡେଇଁ।
ସରସ୍ବତୀ ସାଲିମା
ସମ୍ବଲପୁର
No comments:
Post a Comment