ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ନାରୀ ସଶକ୍ତିକରଣ - ଦେବଦତ୍ତ ପ୍ରଧାନ , ପୁରୀ

ନାରୀ ସଶକ୍ତିକରଣ

ଆଗକୁ ବିଶ୍ବ ମହିଳା ଦିବସ
ନାରୀ ସଶକ୍ତିକରଣ ଊର୍ଜା।
ଚାଲିଛି ପ୍ରହସନ ସତୁରି ଦଶକ
ସ୍ବାଧିନତା ନାମେ ଉଡୁଛି ଧ୍ବଜା।
କବେ ଏଠି ପୂଜାପାଏ ଯୈାତୁକ
ରାକ୍ଷାସ
ହିଂସା ଦ୍ବେଷ ବ୍ୟଭିଚାର
ପାଶବିକ ଅତ୍ୟାଚାର।
ଆଉ କତେଦିନ ଜଳାଇବ
ଜାତି ଜାତିର ପଲ୍ବଳ
ହେ ମଣଷ ପଙ୍ଗୁପାଳ।
ଜନନୀ ଜାୟା ଭଗ୍ନୀ
କାହିଁ ଜାଳୁ ମାସାଂସିର ବହ୍ନି।
ତାହାରି କୋଳେ ଜନମି ଦିନେ
ବଢିଲୁଏବେ ବଡ
ସେଇ ସ୍ତନରେ ଏତେ ଲୋଲୁପ?
କେବେ ଶିଖିବୁ?
ନାରୀ ଆମରି ମାଆ
ତା ଠାରେ କିଆଁ ମାୟା।
ସୀତା ସାବିତ୍ରୀ ଦ୍ରୈାପଦୀ କୁନ୍ତୀ
ଅହଲ୍ୟା ମନ୍ଦୋଦରୀ ତାରା
ସଇ ଆମରି ଆମେ ତାଙ୍କରି
ରଖିବା ମାନ ସଶକ୍ତକରଣ ପରା ।

ଦେବଦତ୍ତ ପ୍ରଧାନ
ଗ୍ରାମ।ରଘୁରାଜପୁର 

ପୁରୀ


No comments: