"କୃଷକ"
କୃଷି ମୋ ଜୀବିକା,
କୃଷି ବିନା ଲାଗେ ସବୁ ଫିକା ଫିକା।
ହଳ ଲଙ୍ଗଳ ର ଆଶ୍ରା ନେଇ ମୁଁ,
ବଳଦ ଦୁଇଟା ଯୋଚି ଦିଏ,
ସକାଳୁ ସକାଳୁ କାମ ସବୁ ସାରି,
ଚାଷ କାମରେ ମୁଁ ଲାଗିଯାଏ।
କେବେ ହେଁ ବିହନ, କେବେ ଖତସାର
ଜମି ରେ ଛିଞ୍ଚି ବିଞ୍ଚି ଦିଏ,
ଜମି ଟା ମୋହର ଓଦା ହେବା ପାଇଁ,
ନିଇତି ବରଷା ଖୋଜୁଥାଏ।
ଝଡ଼ି ତୋଫାନ କି ହୁ ହୁ ଖରା,
ଖାତିର କାହାକୁ କରେ ନାହିଁ,
କାମ ଟି ପଡ଼ିଲେ ନିହାତି ଯିବି ମୁଁ,
ଏଥିରେ ଟିକେ ହେଳା ନାହିଁ।
ମୁଣ୍ଡ ର ଝାଳ କୁ ତୁଣ୍ଡ ରେ ମାରି,
ସକାଳ ପହରୁ ବାହାରି ଯାଏ,
ଦିନ ସାରା ର ଅକ୍ଲାନ୍ତ ଶ୍ରମ କୁ,
ଘର କଥା ଭାବି ସହି ଯାଏ।
ମୁଁ ହିଁ ଘର ର ଏକୋଇ ଲୋକ ଯେ,
ପଇସା ଗଣ୍ଡିକ ମୁହିଁ ଆଣେ,
ଚାଷ ଟି ନ କଲେ ସଭିଏଁ ଉଦାସ,
ଭୋକ ରେ ଶୋଷ ରେ ରାତି ଗଣେ।
ଏବେ ର ଉନ୍ନତ ଚାଷ ର ପ୍ରଣାଳୀ ,
ଭାରି ଉପକାରୀ ଆମ ପାଇଁ,
ଟ୍ରାକ୍ଟର ଆଉ ପାୱାରଟିଲର,
ଦେବଦୂତ ସତେ ଚାଷୀ ପାଇଁ।
ଭାରି ସ୍ୱଳ୍ପ ସମୟ ମଧ୍ୟରେ, ହଳ କାମ
ଆମ ସରି ଯାଏ,
ଏବେ ର ଉନ୍ନତ ସାର ପରା ସବୁ,ଅମଳ
ଦ୍ଵିଗୁଣିତ କରି ଥାଏ।
ଫସଲ ନଷ୍ଟ ହୋଇଲେ ଆମକୁ,
ଭାରି କଷ୍ଟ ହୁଏ ବୋଲି ଜାଣ,
ଅମଳ ନହେଲେ ଭାରି ଚିନ୍ତା ଆମ,
ଛାତି କୁ କରି ପାରୁ ନା ଟାଣ।
ସରକାର ଆମ କୃଷି ପାଇଁ ସତେ,
ଋଣ ଦେଉଛନ୍ତି ଚାଷୀ ମାନଙ୍କୁ,
ଋଣ ଟିକେ ମିଳି ଗଲେ ସତେ ଆମେ,
ହାଲୁକା କରୁଛୁ ଚିନ୍ତା ସବୁକୁ ।
କୃଷି ଆମ ଦେଶ ମେରୁଦଣ୍ଡ ସତେ,
କୃଷି ବିନା ନାହିଁ କିଛି ଆଶା,
ଉତ୍ପାଦନ ର ଚାହିଦା କୁ ନେଇ,
ଦେଶ ଆମ କରେ ଭରଷା।
ଖାଦ୍ୟ ଆମେ ନଷ୍ଟ କରି ଦେଉ କିଛି,
ହେଲେ ସେ ଖାଦ୍ୟ ମୂଲ ବହୁ,
ସେହି ଗଣ୍ଡା ଦାନା ପାଇଁ ଆମେ,
ନିଇତି କ୍ଷେତରେ ଲାଗି ରହୁ।
କୃଷକ ଦରମା ବେଶୀ ଜମା ନୁହେଁ,
ଦାନ ଟି ତାର ବହୁତ,
ଖାଦ୍ୟ କୁ ନଷ୍ଟ ନ କରି ଆମେ, ତା
ଦାନକୁ କରିବା ମହତ।
( ଶେଷରେ ଏତିକି ବାର୍ତ୍ତା ଖାଦ୍ୟ ନଷ୍ଟ ନ କରି କୃଷକ ମାନଙ୍କ ଦାନ କୁ ବ୍ୟର୍ଥ ଯିବାକୁ ଦେବା ନାହିଁ । )
ଶୁଭ ଲକ୍ଷ୍ମୀ ବେହେରା
ସାଲେପୁର, କଟକ
ଗୁରୁ ଛାତ୍ରୀ
No comments:
Post a Comment