*କୃଷକ*
ହାତେ ମୁଁ ଧରିନି
ଲଙ୍ଗଳ କଣ୍ଟି
ପାହାନ୍ତା ସକାଳୁ
ପାରେନି ଉଠି
ବାରିନି କେବେ
ମୁଁ ମାଟି ମହକ
ତଥାପି ମୁଁ
ଜଣେ କୃଷକ ।
ଚାଷ କାମ ମତେ
ନାହିଁ ତ ଜଣା
ବାଟିଏ ସମ୍ପତ୍ତି
ହୁଏ ଯେ ବୁଣା
ଚାଷ କାମ ସବୁ
କରେ ସେ ଯନ୍ତ୍ର
ତା ପାଇଁ ଭୂଲିଲି
ମୁଁ ଚାଷମନ୍ତ୍ର ।
ହାତରେ ଧରିନି ମୁଁ କେବେ
ସେ କୋଡି କୋଦାଳ
ସେ ଯନ୍ତ୍ର କାମ କରୁଛି
ଯାଇ ମୋ ବଦଳ
ପାଳଭୂତ ଆଉ ହେଉନି
ମୋ କ୍ଷେତ ରକ୍ଷକ
ତଥାପି ମୁଁ ଜଣେ କୃଷକଷକ ।
ଲିଭିଲିଭି ଏବେ ଯାଉଛି
ଆମ ସଂସ୍କୃତି
ସଭିଙ୍କୁ ନିକମା କରୁଛି
ଏ ଯନ୍ତ୍ରପାତି
ବସି ବସି ଏବେ ସଭିଏଁ
ସାଜନ୍ତି ଭକ୍ଷକ
ତଥାପି ମୁଁ ଜଣେ କୃଷକ ।
ଲୁହଲହୁ ଆଉ ମିଶୁନି
ସେ ଚାଷ ଜମିରେ
କାମ କରିବାର ମୋହ ଯେ
ନାହିଁ କାହା ମନରେ
ଚଷା ପୁଅ ଆଉ ରଖୁନି
ତା ମାଟିର ଟେକ
ତଥାପି ସେ କହି ବୁଲୁଛି ମୁଁ କୃଷକ ।
ବିଜ୍ଞାନର ଏ କି
ଯୁଗ ଆଇଲା
ପରମ୍ପରା ଆଭିଜାତ୍ୟକୁ
ସିଏ ଭୁଲେଇ ଦେଲା
ଅୟସ ଆରାମେ ବସିକି
ସବୁ କଲେ ସଉକ
ତଥାପି ମୁଁ ଜଣେ କୃଷକ ।
ବିରେନ୍ଦ୍ର ନାୟକ (ଛାତ୍ର )
ଯୁକ୍ତ ତିନି ଦ୍ବିତୀୟ ବର୍ଷ ଇଂରାଜୀ ବିଭାଗ
ଅତା ସୁକିନ୍ଦା ଯାଜପୁର
ଦୂରାଭାଷ-7377942850
No comments:
Post a Comment