ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ସମ୍ପର୍କ - ଶମ୍ଭୁନାଥ ଦାସ , କୋଲକାତା

          :: ସମ୍ପର୍କ :::           

ବନ୍ଧୁ ବୋଲି ଥରେ          ସମ୍ବୋଧନ କଲେ
              ଜାଗଇ ମମତା ପ୍ରୀତି,
ବନ୍ଧୁ ବୋଲି କିନ୍ତୁ            ହୃଦୟ ଯୋଡ଼ିଲେ
             ଲଭେ ଜାତୀୟ ସ°ହତି ।

ମୋ' ଚାରି ପାର୍ଶ୍ବରେ          ଶହ ଶହ ବନ୍ଧୁ
             ସଦା ଥାଏ ଭାବ-ପ୍ରୀତି,
ବିପଦ ପଡ଼ିଲେ              ଯାଆନ୍ତି ଦୂରେଇ
             ଭରିଦେଇ ମନେ ଭୀତି ।

ଭାଇ ବି ଭଗାରି           ହୋଇଯାଏ କେବେ
              ବାପା ଆଶ୍ବସ୍ତି ଦିଅନ୍ତି,
ମାଆ କୋଳେ ମୋର        ବିପଦ କି ଭୟ
              ଲେଶ ମାତ୍ର ନ ଥାଆନ୍ତି ।

ସମ୍ପର୍କ ମୋ ଥାଉ            ମାଆ ମାଟି ଆଉ
              ମୋର ମାତୃଭାଷା ପ୍ରତି,
ମାଟି ମହକରେ               ମହକିତ ହେଉ
              ମୋ' ହୃଦୟ ନିତି-ପ୍ରତି ।

ଶମ୍ଭୁନାଥ ଦାସ (ମୁଖ୍ୟ ସମ୍ପାଦକ :  ଅଭିଯାନ)
ସମ୍ଭ୍ରାନ୍ତ ଓଡ଼ିଆ ସାହିତ୍ୟ ପତ୍ରିକା (କୋଲକାତା)
୧୨/୧, ମୟୂରଭଞ୍ଜ ରୋଡ଼, କୋଲକାତା-୭୦୦୦୨୩

ମୋ : ୭୯୭୮୧୧୦୨୧୭

No comments: