ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

କୃଷକ - ପ୍ରଜ୍ଞା ପରମିତା ମହାପାତ୍ର , ଖୋର୍ଦ୍ଧା


           କୃଷକ
          ******
କେବେ ଜିଏଂନି ନିଜ ଖୁସି ପାଇଁ
 ଠିକ ମାଟି ମା' ପାଇଁ ଜୀବନ ବାଜି ଲଗାଉଥିବା ବୀର ସୈନିକ ଟିଏପରି,
ସୀମାରେ ଲଢ଼ୁନି ସିନା,ହେଲେ ନିଇତି ଲଢ଼ୁଛି ଅନ୍ୟର ପେଟପାଇଁ
ଖରା ବର୍ଷା କୁ ନକରି ଖାତିରି।୧
ବନ୍ଧୁକ ଧରୁନି ସିଏ ହାତରେ ଶତ୍ରୁର
ବକ୍ଷ ଭେଦ ପାଇଁ,ହେଲେ ଧରିଛି
ହଳ ଲଙ୍ଗଳ କୁ ଅସ୍ତ୍ର ତାର କରି,
ଆଉ ଫଳେଇ ଚାଲିଛି ଏ ମାଟିରୁ
ସୁନା ଏ ଧରିତ୍ରୀର ବକ୍ଷ ହାତେଚିରି।୨
ସବୁ ଦୁଃଖରେ ବି ହସି ଚାଲିଛି
     କାହାର କ୍ଷୁଧା ନିବାରଣ କରି,
ଖୋରାକ ଯୋଗାଇ ଚାଲିଛି ପ୍ରତ୍ୟେକ 
ଜୀବଙ୍କୁ ସଂସାରରେ କର୍ମ କରିବାକୁ
     ତା ନିଜର ଖୁସି ତ୍ୟାଗ କରି।୩
ଭୋକିଲା ପେଟରେ କେହି କଣ କେବେ ହସିପାରିବ ,
            ହେଲେ ସିଏ ହସିଛି
ଅନ୍ୟର ଓଠରେ ହସ ଟିକେ ଭରି,
ଭୁଲିଯାଇଛି ତା ନିଜର ଦୁଃଖକୁ
  ଉଦରେ କା ଦାନା ଟିଏ ଭରି।୪
କେବେ ସ୍ୱପ୍ନ ଦେଖେନି ସିଏ
       ତା ପାଇଁ ରାଜ ଉଆସର,
ସୁନ୍ଦର ତାପାଇଁ ଏଇ ଝାଟି ମାଟି
         କୁଡ଼ିଆଟି ତାର।୫
ସ୍ୱର୍ଗ ସୁଖ ମିଳେ ତାକୁ ମିଳିଗଲେ
        ତା ପରିଶ୍ରମ ମୂଲ,
ସବୁ କଷ୍ଟ ତୁଚ୍ଛ ଲାଗେ ହସୁଥିଲେ
        ତା ସୁନା ଫସଲ।୬
ହାରିବା ଶିଖିନି ସିଏ କେବେ ପ୍ରାକୃତିକ ଦୁର୍ବିପାକକୁ ଡରି,
ପୁଣିଥରେ ଆରସନ କୁ ଛିଡା ହୁଏ
        ତା କମର ଭିଡି।୭
କେତେବେଳେ ସରକାର ତ କେତେବେଳେ ସାହୁକାର
        କରିଚାଲେ ନୀତି ଅତ୍ୟାଚାର,
ବୋଝ ଉପରେ ନଳିତା ବିଡ଼ା ଧରି
ତଥାପି ଚାଲିଛି ସଳଖୀ କରି ଟାଣ
         ମନକୁ ତାହାର।୮
ହେଲେ କେତେ ସହିବ ବା ଆଉ 
     ଲୋଡାନାହିଁ ମାନପତ୍ର ତାର,
ଜିଇଁବାକୁ ଦିଅ ତାକୁ ଗଣ୍ଡେ ଦାନା
ଖଣ୍ଡେ କନା ସାଥେ ,କରନି ଏ
          ଅନ୍ୟାୟ ବିଚାର।୯
ମୁଣ୍ଡ ଟେକି ବଞ୍ଚିବାର ସମାଜରେ ଅଛି
           ତାର ବି ସମାନ ଅଧିକାର,
ତାହେଲେ କାହିଁକି ସେ ଆଜି ଅଣଦେଖା,ନୁହେଁ କିଏ ଅବିଚାର।୧୦
ଆଜି ଅବହେଳିତ ତାର ଅସ୍ତିତ୍ବ
 କେହି ବୁଝୁନି ତା ପରିଶ୍ରମର ମୂଲକୁ,
ଋଣଗ୍ରସ୍ତ କୃଷକ ଟି ଏବେ ବାଛି ନିଏ
   ଆତ୍ମହତ୍ୟା ଗୋଟିଏ ରାସ୍ତା କୁ।୧୧
କଣ ବା କରିଥାନ୍ତା ଆଉ,ଅନ୍ୟର ପେଟ ଭରୁଥିବା ମଣିଷଟି ଭୋକରେ 
           ଆଉଟୁ ପାଉଟୁ ଆଜି,
ବଳିଦେଇନି ସ୍ୱାଭିମାନକୁ ହାତ ପାତିନି କାହାକୁ ସଗର୍ବେ ମରିଛି।୧୨
ଏଇ କଣ ନ୍ୟାୟ, ଯିଏ ଜଳାଞ୍ଜଳି 
 ଦେଉଥିଲା ତାର ଜୀବନ କୁ
      ଆମ ଓଠେ ଟିକେ ଖୁସି ପାଇଁ,
ଯିଏ ଜିଉଁ ଥିଲା ମୁଣ୍ଡ ଝାଳ ତୁଣ୍ଡେ
 ମାରି ,ତା କଥା ବୁଝିବାକୁ 
  ଏଠି କଣ କେହି ହେଲେ ନାହିଁ।୧୩
ଅନୁରୋଧ ଖାଲି କରି ମୁଁ ପାରିବି
      ମୋର ପ୍ରିୟ ଦେଶବାସୀ ଙ୍କୁ,
ଭାଙ୍ଗି ଦେବାନାହିଁ ,ଉଜାଡ଼ି ଦେବା ନି
       କେହି ତା ସୁନା ସଂସାରକୁ।୧୪
ସଂମାନ ଦେବା,ପ୍ରତିଦାନ ଦେବା
        ଦେଶର ଗୌରବ ସିଏ,
ସେମାନେ ହସିଲେ ଦୁନିଆଁ ହସିବ
       ଏକଥା ଅତୀତ କହେ।୧୫
ଯେଉଁଦିନ ତାଙ୍କୁ ମିଳିବ ସଂମାନ
       ସତ ହେବ ଏ ସ୍ଲୋଗାନ,
ପୁଣିଥରେ ଏ କାନେ ଗୁଞ୍ଜରିବ
   ଜୟ ଯବାନ,ଜୟ କିଷାନ
    ଜୟ ଯବାନ,ଜୟ କିଷାନ।୧୬

ପ୍ରଜ୍ଞା ପରମିତା ମହାପାତ୍ର
           ଖୋର୍ଦ୍ଧା

No comments: