ନାରୀ ସଶକ୍ତିକରଣ
ଅରି ନଥିବାରୁ ନାରୀ ନାମହେଲା
ଜଗତେ ବିଖ୍ୟାତ ପଣେ
ସବୁଠାରେ ଅରି ରହିଅଛି ପୁରି
ଜନ୍ମଜାତକ ପ୍ରମାଣେ ।୧ା
ସୃଷ୍ଟି ତତ୍ତ୍ଵ ମିଶା ଜଗତ ଆବୃତା
ବିଜନ ବେଳାର ଛନ୍ଦେ
ଅବଗୁଣ୍ଠନରଲାସ୍ୟମୟୀ ପ୍ରୀତି
ପବିତ୍ର ଚରଣବ 6ନ୍ଦ ।୨ା
ମାନବ ସମାଜ ଗଠନ ବିଭବ
ଇତିହାସ ଅନୁଧ୍ୟାନ
ସଭ୍ୟତା ବିକାଶ ସାବଲୀଳାଆଶ
ଧୈର୍ଯ୍ୟଶୀଳରେ ଅନନ୍ୟ ।୩
ଗାର୍ଗୀ ମଇତ୍ରୟୀ ମାଡାମକୁଇରୀ
ଅହଲ୍ୟା ମଦର ସେବା
ଇନ୍ଦିରା ଓ ମୀରା ସଂଘମିତ୍ରାପରା
ସୀତା ସାବିତ୍ରୀ ଏ ଅବା।୪ା
ନାରୀ ଅବଦାନ ସମାଜ କଂପନ
ବିଶ୍ଵକଲ୍ୟାଣ ରଗୀତି
ସୁସ୍ଥ ସମାଜ ରଗଠନ ଦିଗରେ
ନାରୀ ହୁଏ ପରାଭିତ୍ତି। ୫ା
ନାରୀ ଉନ୍ନତିରେ ଜଗତମଙ୍ଗଳ
ବିବେକାନନ୍ଦଙ୍କ ବାଣୀ
ବିଶ୍ଵକ ଇଲାଣ କୃପାର ଧାରଣ
ଜଗତ ମୟ କାହାଣୀ।୬ା
ନାରୀ ପରା ପ୍ରୀତି ଜଗତ ଆକୃତି
ସାଧନାର ଶ୍ରେଷ୍ଠ ଫଳ
ତା ପରି କିଏ ସେ ହୋଇ ବ
ଆ ଉରେ
ଜଗତର ମହାବଳ |୭ା
ପରିଚାଳନାର ଅଗ୍ରସାରଥୀ ସେ
ସଶକ୍ତିକରଣ ମୂର୍ତ୍ତୀ
ମାନସିକ ସ୍ଥିତି ସର୍ବ ମନୋବୃତ୍ତି
ସେବାର ମହାନ ବର୍ତ୍ତୀ ।୮ା
ବିହିତ ବ୍ୟବସ୍ଥା ସରକାରୀ ସୂତ୍ରେ
ରାଜନୀତି ସଂଗଠନ
ଉଦାରବାଦର ମହାନଦୀକ୍ଷାରେ
ନାରୀ ତୁମେ ମହିୟାନ ।୯
ନାରୀ ପ୍ରୀତିଭାବ ଅଭିନବ ରୂପ
ଜଗତେ ହୋଇ ବ ଗଣ୍ୟ
ହେ ନାରୀ ତୁମକୁ ଶତ କୋଟିନମ
ଜନମ ତୁମର ଧନ୍ୟ | ୧୦
ଅଶୋକ କୁମାର ପତି
ଖଂକି ରା
ଢେଙ୍କାନାଳ -୭୫୯୦୧୬
ମୋ.୬୩୭୦୬୯୫୯୨୧
ନାରୀ ସଶକ୍ତିକରଣ - ଅଶୋକ କୁମାର ପତି , ଢେଙ୍କାନାଳ

Reviewed by ସାହିତ୍ୟ ଜୀବନ
Published:
Rating : 4.5
Published:
Rating : 4.5
No comments:
Post a Comment