କୃଷକ
ଦିନରାତି କଟେ ମୋର ବିଲ କାମରେ
ଟାଙ୍ଗରା ଭୂଇଁରେ ଫଳାଏ ମୁଁ ସୁନା।
ନିଜେ ରହେ ପଛେ ମୁଁ ଯେତେ କଷ୍ଟରେ
ଦେଶକୁ ଯୋଗାଏ ଖାଇବାକୁ ଅନ୍ନ।
କରଜ କରିଣ ଆଣି ଫସଲ କରେ
ଅମଳ ପରେ ଯାହା ଉପାର୍ଜନ ହୁଏ
ଋଣ ସୁଝି ସାରିଲା ପରେ
ଦୁଃଖ କଷ୍ଟେ ଵରଷେ ଚଳେ ସେଥିରେ।
ସାରା ଦେଶକୁ ମୁଁ ଖଟି ଖାଦ୍ୟ ଯୋଗାଏ
ମୁଣ୍ଡ ଝାଳ ତୁଣ୍ଡରେ ମାରି
ହେଲେ ମୋ ପିଲା ଅଭାବ
ଅନାଟନରେ ଜୀବନ କାଟେ।
ସକାଳ ହେଲେ ଖେଣି ମୁଁ କ୍ଷତ କୁ ଯାଇ
ମୋ ମାଟି ମା'କୁ ଚଷିଣ କେତେ ଯେ
ଫସଳ ରୋପଣ କରି ମୋ
ଦେଶବାସୀଙ୍କ ପେଟକୁ ଖାଦ୍ୟ ଯୋଗାଏ
ଏହିପରି ମୋ ଦେଶବାସୀଙ୍କ ସେବା କରିଣ
ବହୁତ୍ ଆନନ୍ଦ ମିଳଇ ମୋତେ।
ମୋ କ୍ଷତ, ଲଙ୍ଗଳ ଓ ଚାଷ
ମୋର ଭାରି ଆପଣାର।
ବଳଦ, ଲଙ୍ଗଳ ଓ କ୍ଷତ ବିନା
କୃଷକ ବଞ୍ଚି କି ପାର ଇ।
ପ୍ରାକୁତିକ ବିପର୍ଯ୍ୟୟ ରେ ଯେବେ
ଫସଲ ମୋର କ୍ଷତିଗ୍ରସ୍ତ ହୁଏ
ପିଣ୍ଡରୁ ମୋର ପ୍ରାଣ କେ ନେଲା ପରି ଲାଗେ।
ଦାରୁଣ କଷ୍ଟରେ ଜୀବନ ମୁଁ
କାଟେ ଫସଲ ମୋର ସେଥିରେ ନଷ୍ଟ ପାଇଁ।
ସରକାର ମୋର କେତେ ଯେ
ଯୋଜନା କରେ ସହଯୋଗ ମୋତେ କରିବା ପାଇଁ
ହେଲେ କିଛି ଦୁର୍ନିତୀ ଗ୍ରସ୍ତ ଅଧିକାରୀ ଙ୍କ
ଦ୍ବାରା ସେ ଯୋଜନା ହୁଏ ବାଟମାରଣା।
ଦେବିପ୍ରିୟା ଦାସ୍
ଭୁବନେଶ୍ଵର।
No comments:
Post a Comment