ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

କୃଷକ - ରଚନା ରଥ , ରାୟଗଡ଼ା

         କୃଷକ             

ମାଟିର ମହକ ଫୁଲରେ ବାସେ,
କୃଷକର ଶ୍ରମ କ୍ଷେତରେ ହସେ ।    
  ମାଟି ମାଆର ସେବାରେ ଥାଏ ,
  ଶସ୍ୟ ନାଁରେ ସୁନା ଫଳାଏ ।                                                                                                             ମାଟିର ମଣିଷ ମାଟିରେ ବଞ୍ଚେ ,
ବରଷା ନ ହୋଇଲେ ଅଶ୍ରୁ ସେ ସିଞ୍ଚେ ।
  ଖାଲି ପେଟରେ ଓଦା କନା ଯେ ଦିଏ ,
  ଜଗତ ଲୋକର ପେଟ ସେ ପୁରାଏ ।
  ଜୀବନ ଖେଳରେ ଖେଳ ସେ ଶିଖି
            ଜିତିଗଲେ ହସିଦେଇଛି ,
  ହାରିଗଲେ ଜୀବନ ଦେଇଛି ।
   ମଣିଷ ହେଇ ଜନ୍ମ ହେଇଛି
   କର୍ମ କରି ଦେବତା ସାଜିଛି ।
   ଯୋଜନା ଉପରେ ଯୋଜନା ଆସିଛି
   ତାର କଣ ଲାଭ ହେଲା କିଏ ପଚାରିଛି ।
    ଦେଶର ମେରୁଦଣ୍ଡ ଯେ କହିଲ
    ଋଣର ବୋଝରେ ହାଡ଼ ଭାଙ୍ଗିଦେଲ ।
   ଫସଲ ହସିଲେ ନିଶ୍ୱାସ ମାରିବ ,
    ଫସଲ ଶୁଖିଲେ ନିଶ୍ୱାସ ଛାଡ଼ିବ ।
   ଋଣର ବୋଝରେ ସେ ମାଟିରେ ମିଶିବ ,
         ମଣିଷ ନ ଜାଣିବ ଦୁଃଖ
          ଭଗବାନଙ୍କୁ ଯାଇ କହିବ ।
    ଜଗତକୁ ହସାଇ ପାରେ ସେ ,
    ଆକାଶକୁ କହିଥାଏ ଟିକେ କାନ୍ଦିଦେ ।
ମୁଣ୍ଡର ଝାଳ ତୁଣ୍ଡରେ ମାରେ ,
ଅଭାବରେ କେବେ ଭାଙ୍ଗି ନ ପଡ଼େ ।
ସୂର୍ଯ୍ୟଙ୍କ ସମ
       କାମ କରୁଥାଏ ଦିନ ତମାମ ।
ଆଖି ବନ୍ଦ କରି କରେ ପ୍ରାର୍ଥନା ,
ବରଷା ହୋଇଲା ଇନ୍ଦ୍ରଙ୍କ ତଥାସ୍ତୁ କାମନା ।

.....................💐...................

                  ନାମ : ରଚନା ରଥ
        ଗ୍ରାମ : ଗୁମୁଡ଼ା , ଜିଲ୍ଲା : ରାୟଗଡ଼ା

No comments: