ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

କୃଷକ - ଶରତ କୁମାର ମିଶ୍ର , ଖୋର୍ଦ୍ଧା

       କୃଷକ
******************************
ମୁଣ୍ଡର  ଝ।ଳକୁ        ତୁଣ୍ଡରେ ମରି ସେ
       ଦୁନିଆକୁ ଦିଏ ସେ ଆହାର
ତ।ମନେ ନ ଥାଏ      ଟିକିଏ ବିଷାଦ
       ସେ"କୃଷକ" ବନ୍ଧୁ ଆମର(0)
ଦିନ ରାତି ଖଟି       ଶସ୍ୟ ଉପୁଜାଏ
        ନ ମିଳେ ତାର ପାଉଣା
ସରକାରଙ୍କର       ଦରଦ।ମେ ତାର
        ମନ ହୋଇଯାଏ ଉଣା (1)
ଯୋଜନା ଉପରେ    ଯୋଜନା ଚାଲିଛି
        ଲାଭ ମିଳେ ନାହିଁତାହାକୁ
ଛ  ଟଙ୍କା ଘୋଡ।କୁ   ନ ଟଙ୍କାର  ଦାନା
         କେ କହି ପାରିବ ଏହାକୁ(2)
ଜୟ ହେ କୃଷକ   ଜୟ ହେ ସୈନିକ
        ତୁମେ ପରା ଦେଶ ରକ୍ଷକ
କିଶାନ  ନାମରେ   ଅତ୍ମସାତ କରେ
       କେତେ ସ।ଜିଛନ୍ତି ଭକ୍ଷକ(3)
ନାହିଁ ବର୍ଷା,ଖରା     ଶୀତ  କି କାକର
          କର୍ମେ ସଦା ସେ ନିରନ୍ତର
ହସୁ ଏ ଭାରତ     ରଖ ଜଗନ୍ନାଥ
          କୃଷକର ଜାତି ଆମର(4)
           ****************
ଶରତ କୁମାର ମିଶ୍ର
ବେଗୁନିଆ, ଖୋର୍ଦ୍ଧା,ପିନ୍-752062

No comments: