ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ନାରୀ ସଶକ୍ତିକରଣ - ଅର୍ଚ୍ଚନା ଦେଓ , ଯାଜପୁର

ନାରୀ ସଶକ୍ତିକରଣ 
***********************
ଆମ ଦେଶରେ ଯେଉଁଠି
ଶକ୍ତି ସ୍ୱରୂପା ଦେବୀ ମାଆର ପୂଜା କରାଯାଏ, ସେଇଠି ଶକ୍ତିର
ଅନ୍ୟ ରୂପକୁ ଗୋଇଠା ମରାଯାଏ
ଜାଳି ପୋଡି ଦିଆଯାଏ
ଆଉ କନ୍ୟା ଶିଶୁ କଥା
ପଚାରନି ସେମାନେ ତ
ଆଖି ଖୋଲିବା ଆଗରୁ
ସବୁ ଦିନ ପାଇଁ ସେମାନଙ୍କୁ
ଚିର ନିଦ୍ରାରେ ଶୁଆଇ ଦିଆଯାଏ

ଦେଶ କଥା ଆଉ କ'ଣ କହିବି
ଯେଉଁଠି ନାରୀଟିଏ ତା 
ଘରେ ନିଜେ ଅସୁରକ୍ଷିତ
ସେ ଦେଶ କ'ଣ ଆଗେଇବ
ଆଉ ବଦଳାଇବ ନିଜର ଚିନ୍ତାଧାରାକୁ

ଏ ଦେଶ ଇଂରାଜୀ ସଭ୍ୟତାକୁ ମୁଖସ୍ତ
 କରିଛି , ହେଲେ ତାଙ୍କଠାରୁ କ'ଣ
ଶିଖିଛି, ନାରୀଙ୍କୁ ଦେଇ ସମ୍ମାନ
 ନା, ବରଂ ନିଜର ବଡିମା 
ନିଜେ ପିଟୁଛି ଦାଣ୍ତ ଦୁଆରେ
ଆଉ ନାରୀ ସଶକ୍ତିକରଣର
 କଥା ଉଠୁଛି କେଉଁଠୁ 
ନାରୀ ତ ନାରୀଜାତିର ନିଜେ ଶତ୍ରୁ।


      ଅର୍ଚ୍ଚନା ଦେଓ
     ଯାଜପୁର, ବାରଗଡ଼ିଆ

No comments: