(((କୃଷକ)))
ଖାତିର ନାଇଁ କରେ ଖରା ବରଷା
କାଁଏ ଶୀତ କାକର ଜାଡ଼
ଭୁଲି ଯାଏ ସେ ଭୋକ ଶୋଷ ସବୁ
ସହେ ସେ କରା ପଥର ମାଡ଼
ଦିନଯାଏ କଟି ଖେତରେ ଖଟି
ଘର ପରିବାର ଜଞ୍ଜାଲ
ଜଗତର ହିତେ ଚାଷ କରୁଥାଏ
ତୁଣ୍ଡେ ମାରି ମୁଣ୍ଡର ଝାଳ ,,
ପଥର କରିଛି ଦେହି କୁ ତାର
ସବୁ ଦୁଖଃ ଜଞ୍ଜାଲ ସହି
ହାଡ଼ ଭାଙ୍ଗି ଖେତେ ଖଟୁଥାଏ ନୀତି
ଆଖିର ଲୁହ ପିଇ ପିଇ
ସକାଳ ହେଲେ ଲାଲ ଚାହା ସଙ୍ଗେ
ଖାଏ ସୁଖା ମୁଢ଼ି
ଥିର ସରସର ବାସିମୁଠେ ହେଲେ
ମନ ଯାଏ ତାର ଭରି ,,
ଖେତକୁ ଧାଁଏସେ ହଳ ନଙ୍ଗଲ ଧରି
ଡାକିଲେ ପହିଲି କୁକୁଡ଼ା
ମାଉଁସ ଫୁଟେ ଦେହେ ନାହିଁ ତାର
ବାରି ହେଉଛି ହାଡ଼ ପଞ୍ଜରା
ଦିହିଁର ରକତ କୁ କରିଛି ପାଣି
ଖେତରେ କାଁମ କରି କରି
ହଳ ନଙ୍ଗଲ ସାଙ୍ଗ ନାଇଁ ଛାଡେ ସେ
ତା ଜୀବନେ ସୁଖ ଯାଇଛି ମରି ,,
ଖାଦ୍ୟ ଯୋଗାଏ ସେ ସାରା ଜଗତ କୁ
ନିଜେ ରହି ଭୋକ ଉପାସେ
ଗରମ ଭାତ ରୋଟି ପୁରି ଲୋକେ ଖାଇଲେ
ନିଜେ ପିଇଥାଏ ବାସିଥିର ଢୋକେ
ପରିବାର ଜଞ୍ଜାଲ ସାଙ୍ଗେ ଋଣ ଭାର
ସୁଖ ନିଏ ତାର ଛଡେଇ ,,
କୃଷକ ଲୁହରେ ଭିଜି ଏ ମାଟିରେ
ଫଳେଇ ଦିଏ ସୁନା ଫସଲ
ନିଜ ଜୀବନ କୁ ବାଜି ଲଗାଇ
କରଇ ଜଗତର ହିତ ମଙ୍ଗଳ
କୃଷକ କହେ ତା ଗୃହିଣି କୁ
ହୁଏ ଯଦି ଭଲ ବରଷା
ସବୁ ଋଣ ସୁଝି ଖୁସିରେ ରହିବା
ସଞ୍ଚୟ କରିବା ଦୁଇ ପଇସା ,,
କବି-ଆଶୁତୋଷ ଠାକୁର,
ବଲାଙ୍ଗିର, ମୋବା-୯୯୩୭୯୩୩୧୧୪,
No comments:
Post a Comment