କୃଷକ
***********************
ମାଟି ମାଆର ଗେହ୍ଲା ପୁଅ ସେ
ମାଟି ସହ ମାଟି ହୁଏ
ମୁଣ୍ଡ ଝାଳକୁ ତୁଣ୍ଡରେ ମାରି ସେ
ସଭିଙ୍କୁ ଅାହାର ଯୋଗାଏ।
ନଡା ଛପର ଘରେ ସେ ରହେ
ଶାଗ ପଖାଳ ଆନନ୍ଦେ ଖାଏ
ଖରା ବରଷାକୁ ଖାତିର ନଥାଏ
ଦିନରାତି ଶ୍ରମ ସେ କରୁଥାଏ।
କୃଷକ ପରି ସଂସାରେ କେନାହିଁ
ନଥାଏ ତା'ର ବାଛବିଚାର
ଦେହ ହୋଇଥାଏ ଓଦା ସରସର
ହିଡ ମୁଣ୍ଡେ ବସି କରେ ଆହାର।
ବୈଶାଖର ଖରା ଆଉ ଝାଞ୍ଜିରେ
ବର୍ଷା ଋତୁରେ ମେଘ ଅସରା
ଶୀତ ଋତୁର ହାଡଭଙ୍ଗା ଶୀତ
ସବୁ ସହିଯାଇ ହସାଏ କ୍ଷେତ।
ଆଷାଢ ଆସିଲେ ନୂଆମେଘ ସବୁ
ଚଉଦିଗେ ଘୋଟି ଆସେ
କୃଷକ ଭାଇ ତା' ମନ ଅାନନ୍ଦରେ
ପଡିଆ ଜମିକୁ ଚଷେ।
ନିଜ ରକ୍ତମାଂସ ଶରୀର ଦାନ ତୋ
ଜଗତର ହିତ ସାଧନ ପାଇଁ
ସାରା ଜଗତକୁ ଆହାର ଯୋଗାଉ
ତୋ ତ୍ୟାଗର ପଟାନ୍ତର ନାହିଁ।
ବନିତା ସ୍ବାଇଁ ମାନଧାତା
ହାଇଦ୍ରାବାଦ
No comments:
Post a Comment