ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

କୃଷକ - ବିରେନ୍ଦ୍ର କୁମାର ପାଣି , କେନ୍ଦ୍ରାପଡ଼ା

             କୃଷକ
         

କୃଷି ଅଟେ ଆମ ଦେଶ ମେରୁଦଣ୍ଡ
         ନିର୍ଭର କରନ୍ତି ସର୍ବେ
ପରିପୂର୍ଣ୍ଣ କରେ ସବୁ ଆବଶ୍ୟକତାକୁ
       ବଢାଏ ଦେଶକୁ ଆଗେ।।

  ଯୋଗାଡ଼ କରେ ସେ ସମତଳ ଭୂମି
          ଯୋଗାଡିଣ ଜଳ ଖତ
   ଯୋଡ଼ାଏ ବଳଦ ଲଙ୍ଗଳର ସାଥେ
         ଚାଲିଯାଏ ନିଜ କ୍ଷେତ।।

  ମୁଗ,ଧାନ ସାଥେ ଗହମ କୋଳଥ
         କରିଥାଏ ଆଦି ଚାଷ
  ତାହାରି ପାଇଁକି ଏ ବିଶ୍ୱେ ସଭିଏଁ
      ଶାନ୍ତିରେ ନିଅନ୍ତି ନିଶ୍ୱାସ।।

  ଫଳ ସହ ଜାଳ ଯୋଗାଇ ଦିଏ ସେ
         ଖାଦ୍ୟର ପ୍ରସ୍ତୁତ ପାଇଁ
ଏ ବିଶ୍ୱ ବାସୀଙ୍କୁ ଛଣ ସେ ଯୋଗାଏ
        ଆଶ୍ରୟ ସ୍ଥଳଟେ ପାଇଁ।।

    ଫଳ ଫୁଲ ପୁଣି ରପ୍ତାନି କରନ୍ତି
     ଦେଶେ ଅର୍ଥନୀତି ବୃଦ୍ଧି ପାଇଁ
        ଏକ ମାତ୍ର ଚାଷୀ ସେହି
     ଯିଏ ଦେଶକୁ ନିଏ ଆଗେଇ।।

  ବହୁ ଋଣ ସାଥେ କରଜ କରି ସେ
       କରିଥାଏ ନିଜେ ଖେତି
ତା ଖେତି ରେ ଯଦି ମରୁଡି ପଡିଲା
       ହୋଇବ ବିନାଶ ନୀତି।।

  ମୁଣ୍ଡର ଝାଳକୁ ତୁଣ୍ଡରେ ମାରି ସେ
        ଆହାର ମୁଠାଏ ପାଇଁ
   ତା ଶୁଭ ମନାସି ଏହି ବିଶ୍ୱବାସୀ
       ରୁହନ୍ତି ତା ବାଟ ଚାହିଁ।।
 
କୃଷିରେ ଉନ୍ନତି ହେଲେ ସିନା ଭାଇ
       ଦେଶର ଉନ୍ନତି ହେବ
  କୃଷି ଦିଗେ ଯଦି ଅଵନତି ହୁଏ
      ଏ ବିଶ୍ୱ ନିସ୍ୱ ହୋଇବ।।

ଭାରତର ମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀ
      ଦେଲେ ଏ ସ୍ଲୋଗାନ ଦେଶେ
ଜୟ ହେ ଯବାନ ଜୟ ହେ କିଷାନ
        ରହିଥାଉ ଯଶ ବିଶ୍ୱେ।।
 

          ବନ୍ଦେ ଉତ୍କଳ ଜନନୀ🙏
  
       ✍️ବିରେନ୍ଦ୍ର କୁମାର ପାଣି
        ସ୍ଥାନ ::   ଆଳି,କେନ୍ଦ୍ରାପଡା

No comments: