। କୃଷକ ।
ଖରା ବରଷା ପିଠି ତତାଇ
ସହିଛି ଅସହ୍ୟ ଦୁଃଖ
ଝଡି ତୋଫାନ ବଢି ପାଣିରେ
ବୁଡଇ ଜୀବନ ଯାକ।।
ମଶା ଡାଉଁଶ ଜୋକ ଆଣ୍ଡିସ
ନାହିଁ` ଖାତର ତାହାର
ଖରିଫ୍ ଋତ ବାର ମାସରେ
ଫଳାଏ ସୁନା ଫସଲ।।
ଧାନ ମାଣ୍ଡିଆ ଗହମ ବିରି
କେତେ ଯେ ପନି ପରିବା
ତା ଲାଗି ଦେଶ ଚଳଇ ସିନା
ହସି ହସାଇ ମିଶିବା।।
କୃଷକ ଭାଇ ଜାତିର ଗର୍ବ
ଜାତି ଉନ୍ନତି ତା ହାତେ
ଜୟ କିଷାନ ବାଜଇ ଘଣ୍ଟି
ଭାରତ ପ୍ରଗତି ପଥେ।।
ଏ ଜାତି କେବେ ବୁଝିବ ଆଉ
ହୃଦୟ ବେଦନା ତାର
ପ୍ରକୃତି ପୁଣି ତାଣ୍ଡବ ଆଣି
ବୁହାଏ ଲୁହର ଧାର।।
ନେତା ମନ୍ତ୍ରୀଙ୍କ ନିଦ ଭାଙ୍ଗୁନି
କୃଷକର ଆତ୍ମହତ୍ୟା
ତା ଲାଗି ପନ୍ଧେ ଧୋତି ପଞ୍ଜାବି
ସେ ପୁଣି ସହଇ ବାତ୍ୟା।।
କିଏ ସେ ଅଛି ତା ପରି ବନ୍ଧୁ
କହିବକି ମନ୍ତ୍ରୀ ଯନ୍ତ୍ରୀ
ଅନ୍ଧ ଦେଶରେ ଦର୍ପଣ ବିକା
ଛାଡ ହେ ଅମଲା ତନ୍ତ୍ରୀ।।
କୃଷକ ଥିଲେ ଆମେ ରହିବା
ରହିବ ଜାତୀୟ ଟେକ
ହେ ସରକାାର ଘୋଷଣା ଛାଡ
କାର୍ଯ୍ୟରେ କରିକି ଦେଖ।।
ଏ ଜାତି ସଦା ଗର୍ବିତ ଆଣେ
କୃଷକ ଜୀବନ ବନ୍ଧୁ
ନମସ୍ୟ ମୋର ପଙ୍କ ଚରଣେ
ରଙ୍କ ମୁଁ ତେଣୁ ଆଜନ୍ମୁ।।
ଦେବଦତ୍ତ ପ୍ରଧାନ
ସା,ରଘୁରାଜପୁର,ପୋ,ଚନ୍ଦନପୁର,ଜି,,ପୁରୀ,
No comments:
Post a Comment