|| କୃଷକ ||
*********************
ଗ୍ରୀଷ୍ମ ଗଲା ବରଷା ଆସିଲା
ବରଷା ଟୋପା ମାଟିକୁ ଛୁଇଁଲା
ବରଷା ସ୍ପରସେ ଶସ୍ୟ
ଶ୍ୟାମଳା ହସିଲା
କୃଷକର ଛାତି ଫୁଲି ଉଠିଲା ।।
ବାହାରିଲା କାନ୍ଧେ ହଳ ଲଙ୍ଗଳ ଧରି
ଚାଷ କ୍ଷେତ ପ୍ରସ୍ତୁତ କରିବା ପାଇଁ
ଲକ୍ଷ୍ମୀ ମାଆଙ୍କୁ ଆବାହନ କରିବ
କାହାରିକୁ ତାର ଭ୍ରୁକ୍ଷେପ ନାହିଁ ।।
ବରଷା ଖରା ଶୀତ କାକର
ମନେ ତା ନ ଥାଏ ଟିକିଏ ଡର
ହସାଏ ନାନା ଫସଲ ରାଜି
ଏଇ ଛୋଟିଆ କ୍ଷେତରେ ତାର ।।
ଅଣ୍ଟା ଭିଡିଥାଏ ଦେଶେ
ଖାଦ୍ୟ ବାଣ୍ଟିବ
କୃଷକ ବୃତିକୁ ଆଗକୁ ନେବ ।।
ଏଠି ନେତାଙ୍କୁ ମିଳଇ ଫୁଲମାଳ
ଅଭିନେତାଙ୍କ ମିଳଇ ତାଳି
ସାରା ଦେଶକୁ ଯିଏ
ଖାଦ୍ୟ ଯୋଗାଉଛି
ସଦା ମିଳେ ତାକୁ ଗାଳି ।।
ପିନ୍ଧି ଚିରା ଫଟା କନା
ବିଶ୍ୱକୁ ଦିଅଇ ଦାନା
ଅର୍ଥ ଅଭାବରୁ ସାରା ପରିବାର
ସମାଜ ଆଖିରେ ହିନା ।।
କ୍ଷଣେ କ୍ଷଣେ ବିଧାତା
କ୍ରୁର ହୋଇ ଉଠେ
ଧୋଇ ନେଇ ଯାଏ
ଚାଷ କ୍ଷେତକୁ ତାର
ଭାଙ୍ଗି ଯାଇ ସିଏ ପଡିରହେ ନାହିଁ
ଚାଲେ ଅଣ୍ଟାକୁ ସଳଖି ତାର ।।
ଆଜିର ମଣିଷ ଅର୍ଥ ଲାଳସାରେ
ଶିଳ୍ପକୁ ନେଇଛି ଆଦରି
ସିଏ ବୁଝେ ନାହିଁ ଆହାର ବିହୁନେ
ଜୀବ ରହିବନି କାହାରି ।।
ବିଶ୍ୱେ ଆଜି କରୋନା ଭୂତାଣୁ
କାୟା ବିସ୍ତାରିଛି
ବିଦେଶେ ଦେଉନି କାହାକୁ ରୋକି
ସର୍ବେ ଜନ୍ମ ମାଟି କୂଳେ
ଲେଉଟି ଆସିଣ
ଚାଷକୁ କଲେଣି ବୃତ୍ତି ।।
ମନେ ନ ରଖିବା ଅଟାଳିକାର ଆଶା
ଚାଷ କରି ଦେଶ ସେବା କରିବା
କୃଷି କ୍ଷେତ୍ରେ ବିଶ୍ବ ଇତିହାସେ
ଭାରତ ନାମ ରଖିବା ।।
କୃଷକ ଭାଇଙ୍କୁ ଦେବା ସମ୍ମାନ
ସିଏ ରଖି ଥାଆନ୍ତି ଆମ ଜୀବନ
ସର୍ବେ ଏକ ସ୍ବରେ ଗାଇବା
ଜୟ କିଷାନ୍ ଜୟ କିଷାନ୍ ।।
----------------------------------------
ମନସ୍ଵିନୀ ମିଶ୍ର
ରାଜକନିକା , କେନ୍ଦ୍ରାପଡ଼ା
No comments:
Post a Comment