ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ନାରୀ ସଶକ୍ତିକରଣ - ତରୁନବାଳା ମହାପାତ୍ର , ଖୋର୍ଦ୍ଧା

      ନାରୀ ସଶକ୍ତିକରଣ

ଏ ସାରା ସଂସାର ଗଢିଛନ୍ତି ସ୍ରଷ୍ଟା
          କୀଟ ଠୁ ପ୍ରାଣୀ ପର୍ଯ୍ୟନ୍ତ
ନାରୀକୁ ଗଢିଲେ ଅତି ସନ୍ତର୍ପଣେ
       ଶକ୍ତି ସଞ୍ଚାରି ପର୍ଯ୍ୟାପ୍ତ ।
ସ୍ଥୂଳତନୁ ତା'ର କେତେଯେ କୋମଳ
         ହୃଦୟ ଲହୁଣି  ସମ
ହେଲେ ସେହି ନାରୀ ସମୟ ଚକ୍ରରେ
        ଦେଖାଏ ତା ପରାକ୍ରମ ।
ଜନନୀ ଭଗିନୀ ଜାୟା ଭୂମିକାରେ
      ଅଭିନୟ କରିଥାଏ
ନିଜ  ଜୀବନକୁ  ତିଳ ତିଳ ଜାଳି
     ଅନ୍ୟକୁ ଆଲୋକ ଦିଏ।
ସ୍ବାମୀ ଶଶୁରଙ୍କୁ ଆପଣାର କରେ
     ଭକ୍ତି ରଖି ହୃଦୟରେ
ସବୁ ଗଞ୍ଜଣାକୁ ସହିନିଏ ସିନା
    ହାରେନାହିଁ ସଂସାରରେ।
ମାଆ'ର ମମତା ପ୍ରେମର ସରିତ
    ବୁହାଏ ସନ୍ତାନ ମନେ
ନିଜେ ଜଳି ସିଏ ଆଲୋକ ଦେଖାଏ
   ସଞ୍ଜମ ରଖି ଜୀଵନେ।
ଏ ଦେଶର ନାରୀ ରଖିଗଲେ ଯଶ
      ଜଗତ ତାଙ୍କୁ ଝୁରଇ
ମରି ସେ ଅମର ସ୍ମୁତିଟି ଭାସ୍ବର
    ମନରେ ପ୍ରୀତି ଜାଗଇ
କେବେଠୁ ଗଲେଣି ସୀତା ଓ ସାବିତ୍ରୀ
      ଦମୟନ୍ତୀ ଲକ୍ଷୀବାଇ
ରଖିଗଲେ ଯଶ ମଦର ଟେରେସା
       ଦୀନ ଦୁସ୍ଥ ସେବାପାଇଁ।
ରାଜନୀତି ପାଇଁ ଇନ୍ଦିରା ପ୍ରସିଦ୍ଧ
     କଳ୍ପନା ଉଡାଣ ତାରା
ସ୍ମୁତି ସିନା ତାଙ୍କୁ ଅମର କରିଲା
    ହୃଦକୋଣେ  ଅପାସୋରା
ସେଇ ଦେଶେ ନାରୀ ଜନ୍ମନେଇ ଆଜି
   ନୁହେଁଟି ସେ ସୁରକ୍ଷିତ
ପ୍ରତିପଦକ୍ଷେପେ ସଂଘର୍ଷ କରୁଛି
    ସାମ୍ନା କରେ ପ୍ରତିଘାତ ।
ଭୃଣହତ୍ୟା ଠାରୁ ଗଣ ବଳତ୍କାର
     ନାରୀର ଭାଗ୍ୟରେ ଲେଖା
ଆଇନ ରହିଛି ଦସ୍ତାବିଜ ତଳେ
    ସମୟେ ନମିଳେ ଦେଖା।
ପୁନଶ୍ଚ ଫେରିବା ଅତୀତକୁ ଥରେ
   ନାରୀକୁ ଦେବା ସମ୍ନାନ
ସଶକ୍ତି କରଣ କରିବା ନାରୀକୁ
    ବଢାଇଵା ଦେଶ ମାନ ।
    
    ତରୁନବାଳା ମହାପାତ୍ର
କଳିଙ୍ଗବିହାର,ଭୂବନେଶ୍ବର-୧୯
ମୋ,୯୩୪୮୭୭୩୪୭୭

No comments: