ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ବୃକ୍ଷ ମୋର ବନ୍ଧୁ - ବିଶ୍ୱଜିତ ସାହୁ , ଭଦ୍ରକ

  ::  ବୃକ୍ଷ ମୋର ବନ୍ଧୁ ::
-------------------------------------------
ବନ୍ଧୁଠୁ ବଳିକି ସତେକି ସେ ମୋ ଜୀବନ ସାଥି
ସଦା ଝରୁଥାଏ ମୋ ମନୁ ତା'ପାଇଁ ପୀରତି
ଜୀବନ ବାଟରେ ସେ ମୋ ନୀତିଦିନିଆ ଅତିଥି
ମନ ଖୋଜେ ତା ପାଖେ ରହିବାକୁ ଦିନ ହଉ କି ରାତି ll
ଆଜି ଏଇ ଆଧୁନିକ ଦୁନିଆ ବୁଝେନା କିଛି
କାଟି ଚାଲେ ମୋ ବନ୍ଧୁକୁ ଗୋଟି ଗୋଟି କରି 
ବନ୍ଧୁ ଆଖିର ଲୁହ ପାରୁନି ମୁଁ ପୋଛି
ବୃକ୍ଷ ବଂଶ ବୁଡାଏ ଏ ମଣିଷ ବେଖାତିର କରି ll
ଖାଦ୍ୟ, ବସ୍ତ୍ର, ଗୃହ ସବୁ ମୋ ବନ୍ଧୁର ଦାନ
ତଥାପି ତା'ମନେ ନଥାଏ କେବେ ଅହଂକାର
ଜୀବନ ବଞ୍ଚାଇ ଥାଏ ଦେଇ ସେ ଅମ୍ଳଜାନ
ତଥାପି ଆଜି ଏ ମଣିଷ କରେ ତାକୁ ନାରଖାର ll
ଆସ ବେଳ ଥାଉ ଥାଉ ସାବଧାନ ହେବା
ଆମ ବନ୍ଧୁର ବଂଶ ଆମେ ରକ୍ଷା କରିବା
ମିଳିମିଶି ଆମେ ଗଛଟିଏ ଲଗାଇବା
ଆମ ଭବିଷ୍ୟତକୁ ସବୁଜ ଶ୍ୟାମଳ କରିବା ll

ନାମ - ବିଶ୍ୱଜିତ ସାହୁ
ଭଣ୍ଡାରିପୋଖରୀ, ଭଦ୍ରକ
ଦୂରଭାଷ-6370483982

No comments: