:: ବୃକ୍ଷ ମୋର ବନ୍ଧୁ ::
ଜନ୍ମ କେ ଦେଇଛି କେଉଁଠୁ ଆସିଛି,ନାହିଁ ଯେ କାହାକୁ ଜଣା
ନାଁ କେଉଁ ଭାବ ଅଛି ତାର ସାଥେ,ତଥାପି ଏତେ ସେ ମଣା।
ଜୀବନ ଥାଇ ବି ନିରିଯିବ ଭଳି,ଗୋଟିଏ ସ୍ଥାନ ରେ ଠିଆ
ତଥାପି ଦରଦେ ପୁରିଛି ତାହାର,ଦନ୍ତୁରିତେ ଭରା ହିଆ।
ମନ ଟି ତାହାର ବିଶାଳ ପର୍ବତ,ବକ୍ଷ ତା ଅଗାଧ ସିନ୍ଧୁ
ଏତେ କଷ୍ଟ ସହି ଏତେ ଦୁଃଖେ ରହି ବୋଲାଏ ଆମରି ବନ୍ଧୁ।
ବାସ ଗଢ଼ିବାକୁ ବାସନ ଯେ ଦିଏ,ଜାଳେଣି ପାଇଁ ଶରୀର
ଜୀବନ ପାଇଁ କି ଜିବନ ସେ ଦିଏ, ସଞ୍ଚି ଜିବନ ର ଧାର।
ନିଜ ଉଦର ରେ ଦେଇ ଓଦା କନା, ଯୋଗାଏ ପୁଷ୍ପ - ଆହାର
ଅବା ଥାଉ ପାଶେ ଅବା ଥାଉ ଦୁରେ ନଥାଏ ତାହାକୁ ଡର।
ସକଳ ପ୍ରାଣୀ ଙ୍କୁ ଆପଣାର ଭାବି,ଦିଏ ସିନା ଵକ୍ଷୁ କ୍ଷୀର
ହେଲେ ଏ ମନୁଷ୍ୟ ବିନା ଦୋଷେ ତାକୁ ଦିଅଇ ମୃତୁ ପ୍ରହାର।
ବିଷ ଶୋଷିକରି ଅମୃତ ସେ ଦିଏ, ଏ ଜୀବର ରକ୍ଷା ପାଇଁ
ଅଙ୍ଗାରକାମ୍ଳ କୁ ନିଜେ ଶୋଷିକରି ଅମ୍ଳଜାନ ଦିଏ ବାହି।
କେତେ ଝୁଣା ଲାଖ କେତେ ମହୁ ଧୂପ ଦେଇଛି ସିଏ ଅଜାଡ଼ି
ବାଟୋଇ ପାଇଁ କି ନିଦାଘ ରେ ଛାଇ ଦେଇଛି ପଥେ ସଜାଡି।
ଜଳ ଯୋଗାଇଛି ବରଷା ପାଇଁ କି , ଔଷଧ ଯେ ରୋଗ ପାଇଁ
ଚେର ଠାରୁ ଧରି ପତର ପର୍ଯ୍ୟନ୍ତ, ଏ ଜୀବ ସବୁ ଲୋଡ଼ଇ।
ବୃକ୍ଷ ପରି କେହି ନାହିଁ,ନିଜର ସ୍ବାର୍ଥ କୁ କେବେ ନ ଦେଖି ସେ
ଆମରି ଚିନ୍ତା କରଇ
ସେଥିପାଇଁ ସିଏ ନିଜେ ଜଳି ଜଳି ଜଗତ ପାଇଁ ମରଇ।
ହୃଦୟେ ତାହାର ଅସରନ୍ତି ପ୍ରେମ,ଅଗଣିତ ଜଳ ବିନ୍ଦୁ
ଏତେ ଦୁଃଖ ଏତେ କଷ୍ଟ ନିଜେ ସହି ବୋଲାଏ ଆମରି ବନ୍ଧୁ।
ଆଜିଠୁ ଶପଥ ସଭିଏଁ ଯେ ନେବା,ବୃକ୍ଷ ର ସୁରକ୍ଷା ପାଇଁ
ପ୍ରତି ସପ୍ତାହରେ ଗୋଟିଏ ଯେ ବୃକ୍ଷ ରୋପଣ କରିବା ନେଇ।
ମାନିଲେ ଏ କଥା ନ ରହିବ ଚିନ୍ତା ଭବିଷ୍ୟତ କାଳ ପାଇଁ
ନହେଲେ ଧରଣୀ ଜଗତ ଜନନୀ ଯିବ ଶେସେ ନାଶ ହୋଇ।
ବୃକ୍ଷ ଲଗାନ୍ତୁ ଜୀବନ ବଞ୍ଚାନ୍ତୁ ।
ସୁବ୍ରତ କୁମାର ଦାସ (ପୁରୀ,ନିମାପଡ଼ା)






No comments:
Post a Comment