* ବୃକ୍ଷ ମୋର ବନ୍ଧୁ *
ତୋ' ନାମ ବୃକ୍ଷ ଅଟେ ଜାଣ
ତୋ'ପରି କେହି ନାହିଁ ପୁଣ...।
ଫଳ ଯୋଗାଉ ତୁ ହରଷେ
ଚତୁର୍ଦ୍ଦିଗକୁ ଫୁଲ ବାସେ...।
ସଭିଏଁ ପାଇ ଆନନ୍ଦିତ
ତୋତେ ଭାବନ୍ତି ନିଜ ମିତ...।
ଅଙ୍ଗାରକାମ୍ଳ କାଢି ନେଉ
ଅମ୍ଳଜାନକୁ ତୁ ଯୋଗାଉ...।
ଭାରତ ଦେଶ ଏ ଆମର
ଫଳ ମଧ୍ୟରେ ଆମ୍ବ ସାର...।
ଝଡା ପତ୍ରକୁ ଜାଳ ରୂପେ
ଆଦର କରନ୍ତି ସବୁ ଆପେ...।
ଅମୂଲ୍ୟ ମୂଲ କାଠ ତୋର
ସଭିଏଁ କରନ୍ତି ଆଦର...।
କବାଟ ଖଟ ଆଦି ଯେତେ
ତୋ ପଟା ଦ୍ୱାରା ଗଢା ସେତେ...।
ତୋ ଯୋଗୁଁ ବର୍ଷା ହୁଏ ଏଠି
ବିନା ବର୍ଷାରେ ଭୂମି ଫାଟି...।
ଧନ ସମ୍ପଦ ହୁଏ କ୍ଷୟ
ପ୍ରଳୟ ହୋଇ ନୁହେଁ ଥୟ...।
ପଥିକ ବାଟେ ଗଲାବେଳେ
ଆଶ୍ରୟ ନିଏ ତୋର ମୂଳେ ...।
ବୃକ୍ଷ ନ କାଟି ଯତ୍ନ ନେବା
ବୃକ୍ଷର ପ୍ରିୟ ନିଶ୍ଚେ ହେବା...।
*କବି-ରବି ପ୍ରଧାନ,ବାଣପୁର, ଖୋର୍ଦ୍ଧା
No comments:
Post a Comment