ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ବୃକ୍ଷ ମୋର ବନ୍ଧୁ - ପ୍ରଜ୍ଞାଲିନ ସାହୁ ,ଜଗତସିଂହପୁର

 " ବୃକ୍ଷ ମୋର ବନ୍ଧୁ "

================
ବୃକ୍ଷଟିଏ ମଣିଷଠୁ ଅଧିକ ନିଜର ସିଏ 
ମଣିଷକୁ ବଂଚିବା ଲାଗି ଅମ୍ଳଜାନ ଦିଏ ||

ବୃକ୍ଷ ଠାରୁ ଭଲ ବନ୍ଧୁ ଜୀବନେ ନାହିଁ 
ମଲାପରେ ଵି ସେ ହାତ ଛାଡ଼ଇ ନାହିଁ ||

ଭୋକରେ ଦେଖି ଆମ ଶୁଖିଲା ମୁହଁ 
ମା' ପରି ସେ ଦେବ ଫଳ ଆହାର ||

ଟାଣ ଖରାରେ ଆମ ଖଟଣି ଦେଖି 
ତାର ପଣତରେ ଦେବ ଝାଳ ପୋଛି ||

କ୍ଲାନ୍ତ ହୋଇ ଯେବେ ଆସୁଥିବୁ ବାଟେ 
କୋଳେଇ ନେଇ ବସାଇବ ତା' ପାଖେ ||

ଦୁଃଖରେ ଥିବୁ ମର୍ମାହତ ଦେଖି ମରୁଡି 
ସହି ନ ପାରି ଇନ୍ଦ୍ରଙ୍କ ମନ ନେବ ଜିଣି ||

ଅଦିନିଆ ରୋଗ ଆସି କରିବ ଅସୁସ୍ଥ 
ଅଥୟ ହୋଇ ପତ୍ର ଫୁଲେ ବନେଇଵ ଔଷଧ ||

ଚୁଲୀକୁ  ନ ଥିବ ଜାଳିବାକୁ ଜାଳ 
ନିଜକୁ ରକ୍ତାତ କରି ଦେଇଦେବ ଡାଳ ||

ଶେଷରେ ଦଦରା ଘର ଦେଖି 
ମରିଯାଇ ଖୁସିରେ ଦେବ ତା' ଗଣ୍ଡି ||

ସେଥିଲାଗି ଆଜି ଆମେ ଶପଥ ନେବା 
ଏମିତି ଅସ୍ଵାର୍ଥ ବନ୍ଧୁ ଅନେକ ସୃଷ୍ଟି କରିବା  ||

============*********===========
ପ୍ରଜ୍ଞାଲିନ ସାହୁ 
ଜଗତସିଂହପୁର 

No comments: