:: ବୃକ୍ଷ ମୋର ବନ୍ଧୁ ::
ବୃକ୍ଷରେ ବୃକ୍ଷ କେତେ ତୁ ଭଲ
କେହି ବୁଝନ୍ତିନି ତୋ ତ୍ୟାଗର ମୂଲ ।
ପାଣି ,ପବନ ଦେଉଛୁ ,ପୁଣି ଦେଉଛୁ ଛାଇ
ହେଲେ ସବୁ ଅବୁଝା ,ଏ ଦେଶର ଭାଇ ।
ଏ ଯୁଗର ନର ,ହାଣି ଦେଲାଣି ସବୁ ଗଛ
ଭାବୁ ନାହିଁ ସେ ଆଉ କିଛି ଆଗ ପଛ ।
ଭୂଲି ଗଲା ସେ , ବୃକ୍ଷ ହିଁ ଆମ ଜୀବନ
ସେ ହିଁ ଦିଏ ଆମକୁ ପାଣି , ପବନ ।
ବୃକ୍ଷ ଯୋଗୁଁ ଚାଲେ ଆମ ହୃଦ ସ୍ପନ୍ଦନ
ଗଛ ହିଁ ତ ଭରି ଦିଏ ଦେହେ ଅମ୍ଳଜାନ ।
କାଟନିରେ ଭାଇ ଆଉ ଗଛଲତା କୁ
ବୃକ୍ଷ ହିଁ ତ ଯୋଗାଏ ଫୁଲ ,ଫଳ ଆମକୁ ।
ବୃକ୍ଷର ସେହି ଅମୁଲ ମୂଲ ଶାଖା ଡାଳ
ଶୁଖେଇ ଦିଏ ସେ ପଥିକର ଶ୍ରମ ଝାଳ ।
ବୃକ୍ଷ ତ ଅଟଇ ଆମରି ବନ୍ଧୁ
ତାଙ୍କ ଯୋଗୁଁ ଝରଇ ବରଷା ବିନ୍ଦୁ ।
ଆସ ଆମେ ମିଳିମିଶି ଗଛ ଲଗେଇବା
ଦୁନିଆକୁ ଆମେ ସବୁଜ ସୁନ୍ଦର କରିବା ।
ଲଗେଇଲେ ଆମେ ଗଛ ,ହେବା ନାହିଁ ଶେଷ
ହସି ଉଠିବ ଜୀବଜଗତ , ଆମ ପରିବେଶ ।
ଅଛି ମୋର ଆଶା , ଅଛି ମୋର ବିଶ୍ଵାସ
ତୁମେମାନେ କେବେ ପୃଥିବୀକୁ କରିବନି ଶେଷ ।
ବୃକ୍ଷରେ ବୃକ୍ଷ ସତରେ ତୁମେ କେତେ ମହାନ
ଇଚ୍ଛା ହୁଏ ଦେବାକୁ ତୁମକୁ ଏକ ମିଠା ଚୁମ୍ବନ ।
ସଭିଏଁ ଆମେ ଆଜି ଶପଥ କରିବା
ନିଜ ବାଡ଼ି ବଗିଚାରେ ଗଛ ଲଗେଇବା ।
ହରିଶ୍ଚନ୍ଦ୍ର ହେମ୍ବ୍ରମ୍ (ଶିକ୍ଷକ)
ସା:- ଡିଙ୍ଗିରା
ପୋଅ :- ବର୍ତ୍ତନା
ଭାୟା :- ବେତନଟୀ
ଜିଲ୍ଲା :- ମୟୂରଭଞ୍ଜ
ଭ୍ରାମ୍ୟଭାଷ :-୭୦୦୮୫୪୮୩୩୭
No comments:
Post a Comment