:: ବୃକ୍ଷ ମୋର ବନ୍ଧୁ ::
ସୃଷ୍ଟିର ଅନାଦି କାଳରୁ,ସର୍ବ ଜୀବଜନ୍ତୁ ସାଥେ ସୃଷ୍ଟି ବୃକ୍ଷ ବନ୍ଧୁ
ଏହି ବୃକ୍ଷ ହିଁ ସର୍ବ ଜୀବନ ର କରୁଣାର ସିନ୍ଧୁ ।
ଖାଦ୍ୟ, ପାନୀୟ, ବାସଗୃହ-ଆଉ ଯାବତୀୟ ଗୃହୋପକରଣ
ସଦା ପାଇଥାଉ ପ୍ରତ୍ୟକ୍ଷ/ପରୋକ୍ଷ ଭାବେ ତାହାଠାରୁ ।
ବୃକ୍ଷ ନାହିଁ,ତ ବଣଜଙ୍ଗଲ ନାହିଁ, ବଣଜଙ୍ଗଲ ନାହିଁ ତ ବର୍ଷା ନାହିଁ
ବର୍ଷା ନ ହେଲେ ପୃଥିବୀରେ ଜୀବ ବଞ୍ଚିବାର ଆଶା ବି ନାହିଁ। ।
ବୃକ୍ଷ ରାଜି ବିଷତୁଲ୍ୟ ଅଙ୍ଗାରକାମ୍ଳ କୁ ଗ୍ରହଣ କରି
ପ୍ରାଣୀଜଗତକୁ ଅମୃତ ତୁଲ୍ୟ ଅମ୍ଳଜାନ ଥାଏ ବିତରି ।
ମୃତ୍ତିକା କ୍ଷୟ କୁ ରୋକିବା ସହିତ,ରୋକେ ବାୟୁ ପ୍ରଦୂଷଣ
ଭୀଷଣ ଖରାରେ ପଥିକର ଆଶ୍ରା ସେହି ବୃକ୍ଷ ମୂଳ ।
ଲୋଡା ହୁଏ ଗଛ- ଗାଁ ତୋଟାରେ, ରଜବେଳେ ଦୋଳି ଖେଳିବାକୁ
ଗ୍ରୀଷ୍ମକାଳରେ ଦ୍ୱିପ୍ରହରେ ଗାଁ ଲୋକେ ସମୟ ବିତେଇବାକୁ ।
ଦିନୁଦିନ ବିଭିନ୍ନ କାମର ବାହାନାରେ-କଟାହୁଏ ଗଛ ଅନାୟାସରେ
ଯଥା-ରାସ୍ତାଘାଟ, କଳକାରଖାନା,ଘର ଆଦି ନିର୍ମାଣ ନାମରେ ।
ପ୍ରତିବର୍ଷ ନୂତନ ରଥ ନିର୍ମାଣରେ ଟଳିପଡନ୍ତି କେତେ ଯେ ଗଛ
ଆମେ ବି ଅତି ଉତ୍ସାହରେ, ଗ୍ରହଣ କରୁ ନ ବିଚାରି ଆଗପଛ ।
ଯଦି ଏହି ରୂପେ ଚାଲିଥିବ, ଜୀବଜଗତ ନିଶ୍ଚେ ଧ୍ୱଂସ ଯିବ
ତେଣୁ ସର୍ବେ ମିଳି ବେଳହୁଁ ହେବାକୁ ପଡିବ ସଜାଗ ।
କେବଳ ବୃକ୍ଷରୋପଣ ସପ୍ତାହ ପାଳନ ନ କରି, ଧ୍ୟାନ ଦେବା ଯେପରି-
ବର୍ଷସାରା,ବେଳକାଳ-ସ୍ଥାନ ଦେଖି,ଲଗାଇବା ଚାରା; ଗୋଟି ଗୋଟି କରି ।
କରିବା ତାହାରି ଯତନ,ନିଜସାଥେ ଅନ୍ୟକୁ କରି ପ୍ରୋତ୍ସାହନ
ଧରଣୀ ମାତାର ସୈ।ନ୍ଦର୍ଯ୍ୟ ଆଣିବା ଫେରାଇ ବହନ ।
ହସି ଉଠିବ ଧରଣୀ,ହସିବେ ଜଗତ ଜନ
ହେବ ଜଗତର ଦୁଃଖ ଦୂର ।
ଉକ୍ତ ଲେଖାଟି ମୋର ସମ୍ପୂର୍ଣ୍ଣ ନିଜସ୍ଵ ଅଟେ ।
କ୍ଷୀରେଶ୍ୱରୀ କିଷାନ
ଗ୍ରାମ- କୁମ୍ଭାର ଡିହି
ପୋ.ଅ.-କଲେଇପୋଷ
ବଣେଇ
ସୁନ୍ଦରଗଡ଼
No comments:
Post a Comment