:: ବୃକ୍ଷ ମୋର ବନ୍ଧୁ ::
ବୃକ୍ଷ ମୋର ବନ୍ଧୁ ସଖା ସହୋଦର
ବୃକ୍ଷ ମୋ ପରମ ମିତ
ବୃକ୍ଷ ଅଛି ବୋଲି ସାରା ଜଗତରେ
ପ୍ରାଣୀ ଅଛନ୍ତି ଜୀବିତ ।
ସୃଷ୍ଟି ଆରମ୍ଭରୁ ଜଗତର ସାଇଁ
ରଖିଛନ୍ତି ଦେଖ ବୃକ୍ଷ
ସମସ୍ତେ ଜାଣନ୍ତି ବୃକ୍ଷଲତା ବିନା
ପ୍ରାଣୀଏ ହେବେ ଅରକ୍ଷ ।
ଗଛ ଦିଏ ଜଳ ଶୁଦ୍ଧ ପରିମଳ
ବିଶୁଦ୍ଧ ବାତାବରଣ
ଗଛବୃଛ ଯୋଗୁଁ ଆମେ ପାଉ ଖାଦ୍ୟ
ବଞ୍ଚଇ ଆମରି ପ୍ରାଣ ।
ଗଛ ଲଗାଇବା ଜଙ୍ଗଲ ଗଢିବା
ପଶୁପକ୍ଷୀଙ୍କୁ ପାଳିବା
ପରିବେଶ ଆମ ହେବ ସନ୍ତୁଳିତ
ସର୍ବେ ଶାନ୍ତିରେ ରହିବା ।
ଗଛ ନ ରହିଲେ ସବୁ ନାଶଯିବ
ନ ହେବ ବରଷା ଜାଣ
ନ ମିଳିବ ଖାଦ୍ୟ, ବସ୍ତ୍ର , ବାସଗୃହ
ଲଭିବେ ସବୁ ମରଣ ।
ବେଳଥାଉ ଥାଉ ହେବା ସଚେତନ
ନ କାଟିବା ଗଛଲତା
ଗଛ ଲଗାଇବା ଗଛ ବଢାଇବା
କରିଣ ଜଗତ ଚିନ୍ତା ।
ଘରେ ଓ ସାହିରେ ସାରା ରାଇଜରେ
ଆବାଳ ବୃଦ୍ଧ ବନିତା
ମିଳିମିଶି ଏକ ମନ ହେଇକରି
ହେବା ବୃକ୍ଷ ରକ୍ଷାକର୍ତ୍ତା ।
ଗଛବୃଛ ବିନା ଅସମ୍ଭବ ଜାଣ
ମଣିଷ ଜୀବନ ଏଠି
ତେଣୁ ଆସ ଭାଇ ଗଛ ଲଗାଇବା
ହୋଇଣ ସବୁ ଏକାଠି ।
-------------///--------------
ଶିବ ଶଙ୍କର ସାହୁ
ସମ୍ପର୍କ: ରେଳସଦନ,ଭୁବନେଶ୍ୱର
@୯୪୩୭୫୮୪୫୮୯
୮୪୫୫୮୮୫୨୧୯
No comments:
Post a Comment