:: ବୃକ୍ଷ ମୋର ବନ୍ଧୁ ::
ବୃକ୍ଷ ଦେଇଛି ଶରୀରେ ବସ୍ତ୍ର
ମୁଖେ ମୁଖେ ଭରି ଅନ୍ନ,
ଦେଇଅଛି ପୁଣି ବାସଗୃହ ଠାରୁ
କେତେ ଦ୍ରବ୍ୟ ସଉଖୀନ।
ବୃକ୍ଷ ଭରିଛି ଜୀବରେ ଜୀବନ
ଯୋଗାଇ ଆମ୍ଳଯାନ,
ବୃକ୍ଷ ମହିମା ନିଶେଷ ନହୁଏ
ଯେତେ କରିଲେ ବି ଗାନ।
ଏନ୍ତୁଡି ନିଆଁରୁ ଜୁଇ ଜାଳ ଯାଏଁ
ବୃକ୍ଷ ଦେଇଛି ସଙ୍ଗ,
ଜୀବନ ନଉକା ଚଲାଉଛି ସେତ
ଧରିଛି ତାହାର ମଙ୍ଗ।
ବୃକ୍ଷ ହାଣି ତୁ ବିପର୍ଯ୍ୟୟ ଡାକୁ
ମିଛେ କିଆଁ ଭାଗ୍ଯେ ନିନ୍ଦୁ,
ବୃକ୍ଷ ଛେଦେ ଯିଏ ଛେଦୁଥାଏ ସିଏ
ନିଜ ଶିର ନିଜ ସ୍କନ୍ଧୁ।
ଯେତେ ପାରୁ ସେତେ ବୃକ୍ଷ ଲଗାଅ
ଅରଜିବ ଯଦି ପୂଣ୍ୟ,
ବୃକ୍ଷ ବିହୁନେ ସବୁଜ ଧରଣୀ
ହେବ ମରୁ ଜୀବଶୂନ୍ଯ।
ବୃକ୍ଷହୀନ ହେଲେ ଧରଣୀ ତାତିବ
କୂଳ ତ ଲଙ୍ଘିବ ସିନ୍ଧୁ
ଲଗାଇ ତାହାର ଯତନ ନେବି ମୁଁ
ବୃକ୍ଷ ତ ମୋର ବନ୍ଧୁ।
ଶୁଭକାନ୍ତ ସାହୁ
ଦେଉଳପଲ୍ଲୀ, କଳମ୍ବ, ପୋଲସରା, ଗଞ୍ଜାମ।
ପିନ୍: ୭୬୧୧୦୫
ମୋ: ୯୮୬୧୭୩୨୨୫୬
No comments:
Post a Comment