:: ବୃକ୍ଷ ମୋର ବନ୍ଧୁ ::
************
ବନ୍ଧୁ ଭାବେ ତୋତେ ରଖିଛି ହୃଦେ,
ବନ୍ଧୁ ପଣିଆରେ ବାନ୍ଧିଛୁ ମୋତେ।
ତୋ ମଳୟ ପବନ ଜୀବନ ଦେଇଛି,
ଫଳ ମୂଳ ନେଇ ଶରୀର ଗଢିଛି।
ତୋର ଫୁଲ ନେଇ ଜଗତ ବାସୁଛି ,
ଔଷଧ ରୂପରେ ଜୀବନ ଜିଇଁଛି ।
ଜୀବ ଜଗତ ହସୁଛି ତୋର ଦୟାରେ,
ପାତର ଅନ୍ତର ନଥାଏ ତୋ ବନ୍ଧୁତ୍ବ ଭାବରେ।
ଜୀବନ ଦେଇଛୁ, ଜୀବିକା ରଖିଛୁ,
ମନ ଉଣା କରି ସଂହାର କରିଛୁ।
ତୁ ହସିଲେ ମୌସୁମୀ ଆସେ,
ବାରି ଧାରାରେ ଧରଣୀ ହସେ।
ଗ୍ରୀଷ୍ମ ପ୍ରବାହ ର ପ୍ରଖରତା ରେଣୁ
ତୋ ପବନରେ ଶୀତଳତା ଆଣୁ।
ତୋର ମହିମା ର ତୁଳନା ନାହିଁ ,
କିପରି ବର୍ଣ୍ଣିବି ଭାବୁଛି ମୁହିଁ?
ତୋର ଦାନ ପଣିଆରେ ଋଣୀ ହୋଇଛି,
ବୃକ୍ଷରୋପଣ କରି ଋଣ ଶୁଝିବି।
ଏନ୍ତୁଡି ଶାଳରୁ ସାଥିରେ ରହିଛୁ,
ଛଅ ଖଣ୍ଡିକାଠରେ ଶ୍ମଶାନ ନେଇଛୁ।
ସାଥିରେ ରହିଲୁ ଜୁଇରେ ଜଳିଲୁ,
ଜନ୍ମ ଠାରୁ ମୃତ୍ୟୁ ହୃଦୟ ଜିଣିଲୁ।
ହେ ବଂଧୁ ,ହେ ସଖା,
ତୁ ଗୁରୁ, ତୁ ଦେବତା,
ତୁ ଧାତ୍ରୀ ତୁ ବିଧାତା।
ହେ ବୃକ୍ଷ ମୋର ବନ୍ଧୁ,
ଦାରୁ ରୂପେ କରୁଛ ରକ୍ଷା।
ଜୀବ ଜଗତ ତୁମ ଶରଣ,
ଦୋଷ ତ୍ରୁଟି କରିବ କ୍ଷମା।
ସାରଦା ପ୍ରସାଦ ଆଚାର୍ଯ୍ୟ
ଯୋଡା -କେନ୍ଦୁଝର
ଭୁବନେଶ୍ବର -ଖୋର୍ଦ୍ଧା
୯୪୩୭୬୧୧୮୯୧
No comments:
Post a Comment