:: ବୃକ୍ଷ ମୋର ବନ୍ଧୁ ::
ଏ ସାରା ସଂସାରେ ଖୋଜିଲେ ନ ମିଳେ
ତୋ ପରି ପ୍ରକୃତ ବନ୍ଧୁ,
ନିଃସ୍ୱାର୍ଥ ଭାବେ ଦେଇ ତ ଚାଲିଛୁ
ଆଶ ନାହିଁ ଲେଶ ବିନ୍ଦୁ ll
ଜନମ ପରଠୁଁ ମରଣ ଯାଏ
ଅବିରତ ସେବା ଢାଳି,
ହିସାବ ପାଏନି କେତେ ଯେ ପାଇଛି
ପାରୁ ନାହିଁ ଅବା କଳି ll
ପାଣି ଖତ ଦେଇ ଦେଇ ବଢାଇଛି କିଏ
ଏଇ ମାଟି ଅଗଣାରେ,
ତୋ ଦେହରେ କିଏ ହାତ ଦେଲେ ସତେ
ବାଧିଯାଏ ମରମରେ ll
ନିଃଶ୍ବାସ ପ୍ରଶ୍ବାସ ତୋ ଦୟାରୁ ସିନା
ଜୀବେ ହୁଏ ଆତଯାତ,
ତୋ ବଂଶ ବୁଡ଼ିଲେ ମହୀ ଯିବ ନାଶ
ତୁ ହିଁ ପ୍ରାଣୀକୂଳ ତାତ ll
ମଣିଷ କିପରି ବୁଝିବି ପାରେନା
କର୍ତ୍ତନେ କରେ ଧୃଷ୍ଟତା,
ପରିବେଶ ଆଜି ବିଗିଡି ଯାଇଛି
ପରିସ୍ଥିତି ଅବ୍ୟବସ୍ଥା ll
ସବୁଜ କୋଠରୀ ବିପଦରେ ଆଜି
ବିଶ୍ଵ ତାପନ ପାଇଁ,
ହଳାହଳ ବିଷ ପବନେ ଅଶ୍ଵସ୍ତି
ବାୟୁ ପ୍ରଦୂଷଣ ହୋଇ ll
ବାଆକୁ ବତା ଛାଇକୁ ଛତା
ତା ତଳେ ମିଳେ ଆଶରା,
ମୃଦୁ ବାତାୟନ ଭାସିଆସେ ଯହିଁ
କରି ମନ ମତୁଆରା ll
ଗଛଟିକୁ ନିଜ ପିଲା ଭଳି ଭାବ
ବନ୍ଧୁ ଆତ୍ମ ପରିଜନ,
ଯତନ ନେଲେ ଆଦର କଲେ
ହେବ ଅଭାବ ପୂରଣ ll
======@======
ଅଶୋକ କୁମାର ପ୍ରଧାନ
ତର୍କାବେଡା, କଡଲା
ଜିଲ୍ଲା - ଢେଙ୍କାନାଳ
ମୋ - 9556666355
Email - ashok80pradhan@gmail.com
No comments:
Post a Comment