****** ଵୃକ୍ଷ ମୋର ଵନ୍ଧୁ ******
ରହ ରହ ମଣିଷ ଵୃକ୍ଷକୁ
ତୁ ନ ଦେରେ ହାଣି
ତା ହୃଦେ ସୁପ୍ତ ଅନେକ କାହାଣୀ ।।
କାହୁଁ କେଉଁ ଆଵାହନକାଳୁ
ହୋଇଛି ସେ ଦଣ୍ଡାୟମାନ
ମନେ ତାର କାହା ପ୍ରତି
ନାହିଁ ମାନ ଅଭିମାନ ।।
ନିଦାଘ ଗ୍ରୀଷ୍ମରେ ପ୍ରଦାନ କରେ
ସେ ତାର ଶୀତଳ ଛାୟା
କେତେ ଫଳ ଫୁଲ ଭେଟି
ଦଉଛି ତୋତେ ଵୁଝିଲୁରେ ଵାୟା ।।
ତ ପାଇଁ ପରା ଏ ଧରାଧାମେ
ଵର୍ଷା ଋତୁର ହୁଏ ଆଗମନ
ଅଙ୍ଗାରକାମ୍ଳ ଗ୍ରହଣ କରି
ଅମ୍ଳଜାନରେ କରେ ପରିବର୍ତ୍ତନ ।।
କେତେ ପକ୍ଷୀମାନେ ତା
ଶାଖା ପ୍ରଶାଖେ ତୋଳିଛନ୍ତି ପରା ଘର
ତାଙ୍କ କିଚିରିମିଚିରି ଶଵଦେ
ଆନନ୍ଦର ଲହରୀ ଖେଳିଯାଏ
ପରା ଶରୀରେ ତାର ।।
ମହାଵାତ୍ୟା ହେଉକି ଫନିର ତାଣ୍ଡଵ
ସବୁ ଆଖି ଵୁଜି ସହି ଚାଲିଛି
ଆହୁରି ଅନେକ ପ୍ରାକୃତିକ ଦୁର୍ଵିପାକ ।।
କୃଷକଙ୍କ ବନ୍ଧୁ ସାଜି କରେ
ମୃତ୍ତିକା ସଂରକ୍ଷଣ
ଆଉ ରୋକେ ଭୂସ୍ଖଳନ
ଅଶୁଦ୍ଧ ବାୟୁକୁ ଶୁଦ୍ଧ କରି
ରୋକେ ଵାୟୁ ପ୍ରଦୂଷଣ ।।
କାଠ ଵ୍ୟଵସାୟ ହେଉ
ଅବା ଗୃହ ସମସ୍ୟା
ଶିଳ୍ପାୟନ ହେଉ ଅଵା
ବର୍ଦ୍ଧିତ ଜନସଂଖ୍ୟା
ଵାସ ଉପକରଣ ହେଉ ଅବା
ଜାଳେଣି ସମସ୍ୟା
ଏମାନଙ୍କ ପାଇଁ ଵିଲୁପ୍ତ ଆଜି
ଜଂଗଲ ସମ୍ପଦ
ଆମ ପୃଥିବୀ ପାଇଁ ସୃଷ୍ଟି
ହୁଏ ସମସ୍ୟା ।।
ଚାଲ ମିଳିମିଶି ସଂକଳ୍ପ ନେବା
ସରକାରଙ୍କ ଵନୀକରଣ
ଯୋଜନାରେ ଯୋଗଦାନ ଦେବା ।।
ପ୍ରତିଦିନ ଗୋଟେ ନୂଆ
ଚାରାଗଛ ରୋପିବା ।।
ଏ ଧରଣୀକୁ ଶସ୍ୟଶ୍ୟାମଳା କରିଵା
ତପସ୍ବିନୀ ରଥ
କେନ୍ଦ୍ରାପଡା
No comments:
Post a Comment