:: ବୃକ୍ଷ ମୋର ବନ୍ଧୁ ::
ନା ତୁମେ ପ୍ରିୟା ନା ମୋ ପ୍ରେମିକା
ତୁମେ ଅଟେ ମୋର ବୃକ୍ଷ ବନ୍ଧୁ
ପିଲାଟି ଦିନରୁ ତୁମକୁ ଦେଖିଛି
ପିଲାଦିନ ସାଥି ହୋଇ ମୋର
🌲🌲🌲🌲🌲🌲
ତୁମ ତରୁ ଲତା ଛାୟା
ବାଟୋଇ କୁ କରେ ସାହା
ନ ହୋଇ କୃପଣ ଵାଣ୍ଟିଛ ତୁମେ ସଭିଙ୍କୁ ଅମ୍ଳଜାନ
କେଜାଣି କାହିଁକି ବହିଯାଏ ଲୁହ
ଭାବୁଥାଏ ମୁଁ ତୁମ ତ୍ୟାଗ ପଣ
🌲🌲🌲🌲🌲🌲
ଫଳ ମୂଳ ଡ଼ାଳ ସଭିଙ୍କୁ ଦେଇଛ
ନାହଁ ରଖି ତୁମ ସୀମା
ଆଜିଵନ ତୁମେ ସଭିଙ୍କୁ ସେଵୁଛ ସେଵୁଥିଵ ମଧ୍ୟ
ଏ ମାନବ ଜାତି କରୁଥିବ ପାଦ ଅର୍ଚ୍ଚନା
🌳🌳🌳🌳🌳
ଝଡ଼ ରାତ୍ରି ରେ ତୁମେ ମଥା ଚନ୍ଦ୍ରିକା
ହରିଛ ସଭିଙ୍କ ଦୁଃଖ ଯାତନା
ତୁମ ଅମ୍ଳଜାନ ଯୋଗୁଁ ରକ୍ଷା ହୁଏ ମାନବ ଜୀବନ
ପିଣ୍ଡରେ ପ୍ରାଣ ରହେ ତୁମ ବଳୀ ଦାନେ
ହାଏ ! ଜୀଵନ ହୁଏ କେଡେ ସୁନ୍ଦର
🌿🌿🌿🌿🌿🌿
ପକ୍ଷୀ ପୁଣି ଗାଏ ସୁମଧୁର ଗୀତ
ସଞ୍ଜ ସକାଳେ କରୁଥାଏ କୁ କୁ ନାଦ
ତୁମର ସୁଙ୍ଗଧିତ ପୁଷ୍ପ ସହ ମଳୟ ସମୀର
ହୃଦୟ କୁ କରିଥାଏ ଶାନ୍ତି ର ପ୍ରାଙ୍ଗଣ
🌳🌳🌳🌳🌳🌳
ଆଜି ମୁଁ ଭାବୁଛି ତୁମ କଥା ବନ୍ଧୁ
ଆଖିରୁ ଝରୁଛି ମୋ ଲୋତକ ବିନ୍ଦୁ
କେହି ସୁଜି ପାରିଵେନି ତୁମର ମାତୃତ୍ଵ
ବିହଙ୍ଗ ହେବ ତୁମ ସାଖି
🌿🌿🌿🌿🌿
ତୁମ ଠାରୁ ତ୍ୟାଗି ଗୁଣ
ସଭିଏଁ ଶିଖନ୍ତୁ
କାହାକୁ ଭୟ ନ କରି ଠିଆ ହୋଇ ଅଛ
ଅଚଳ ମହାମେରୁ ପରି
ହେ ବୃକ୍ଷ ଦେବତା
ତୁମ ପାଦତଳେ କରୁଅଛି ପ୍ରଣାମ
ମୋ କବିତା କୁ ସମାପ୍ତ
🌳🌳🌳🌳🌳
ରବିନାରାୟଣ ପାତ୍ର
ପୁରୀ ଜିଲ୍ଲା-ନିମାପଡା
MBA ର ଦ୍ଵୀତୀୟ
ବର୍ଷ ର ଛାତ୍ର
No comments:
Post a Comment