:: ବୃକ୍ଷ ମୋର ବନ୍ଧୁ ::
ବୃକ୍ଷ ମୋର ପ୍ରାଣ ବନ୍ଧୁ ହେ ବୃକ୍ଷ ରାଜ
ତୋର ଛାୟା ତଳ ଅଟେ ଶୀତଳ ସେଜ
ଯେତେବେଳେ ଯାହା ହୁଏ ଜଗତେ ଲୋଡ଼ା
ସଭିଁଙ୍କୁ ସବୁ ଦିଅ ପାଖେ ହୋଇଣ ଛିଡ଼ା
ଗ୍ରୀଷ୍ମ ଦିନେ ଟାଣ ଖରା ବିଷମ ବେଳ
ତୋ ଛାଇ ତଳେ ସଦା ଲାଗଇ ଗହଳ
ଯେତେ ଫଳମୂଳ ସବୁ ବଳ ତୋହରି
କିଟୁ ବ୍ରହ୍ମ ଯାଏଁ ପାଇ ଲଭନ୍ତି ଶିରି
ବର୍ଷା ଦିନେ ଆନନ୍ଦ କହିଲେ ନ ସରେ
ନାନା ପକ୍ଷୀର ବସା ଝୁଲେ ତୋ ଡାଳରେ
ଜୀବଙ୍କ ଖାଦ୍ୟ ଖୋଜା ନ ପଡ଼ଇ ଭଲେ
ତୋ ବକ୍ଷରୁ ତହିଁ କେତେ ଭଣ୍ଡାର ମିଳେ
ଶୁଖିଲା କାଠ ପତ୍ର ଜାଳି ଖୁସି ମନେ
ଶୀତ ଦାଉରୁ ରକ୍ଷା ପାନ୍ତି ସର୍ଵ ଜନେ
ସ୍ୱାସ୍ଥ୍ୟ ସେବା ଲାଗି ଯୋଗ ଭ୍ରମଣ ହିତ
ବକ୍ଷରୁ ତୋର ମଳୟ ଝରେ ଅମୃତ
କବି-ଶେଷଦେବ ବେହେରା
ଗୌରାଙ୍ଗ ପାଟଣା, ରମ୍ଭା, ଗଞ୍ଜାମ
ଫୋନ-୭୫୦୪୯୨୪୯୪୮
No comments:
Post a Comment