ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ବୃକ୍ଷ ମୋର ବନ୍ଧୁ - ସୌଭାଗ୍ୟବତୀ ଗିରି , କେନ୍ଦ୍ରାପଡ଼ା


* ବୃକ୍ଷ ମୋର ବନ୍ଧୁ *
 *ଚାଲ ସଖି ଆମ୍ଭେ ଦର୍ଶନ କରିବା ବୃତ୍ତେ*

ସୃଷ୍ଟି ଆରମ୍ଭରେ ଭଗବାନ ଯେବେ ମଣିଷକୁ ସୃଷ୍ଟି କଲେ
ବିପଦୁ ଆପଦୁ ତରିବା ପାଇଁକି ସଚ୍ଚା ବନ୍ଧୁଟିଏ ଦେଲେ
କଲେ ସତର୍କବାଣୀ
ବୃକ୍ଷ ସଚ୍ଚା ବନ୍ଧୁ ବୋଲି ଭଣି(ଘୋଷା)
ବୃକ୍ଷଟି ଆମର ପ୍ରକୃତ ବନ୍ଧୁ ହେ ମନେରଖ ଏହି ବାଣୀ
ବୃକ୍ଷ ସାଥେ କର ବନ୍ଧୁତା ସଭିଏଁ ଯେତେକ ଭାଇଭଉଣୀ
ସେ ଯେ ରକ୍ଷାକବଚ
ଦେଖେ ନାହିଁ ସିଏ ଉଚ୍ଚନୀଚ୍ଚ(୧)
ଏନ୍ତୁଡି ନିଆଁରୁ ଆରମ୍ଭ ବନ୍ଧୁତା  ମଶାଣିର ଜୁଇ ଯାଏ
ବିଷ ସିଏ ପିଇ ଅମୃତର ସ୍ୱାଦ ଆମକୁ ଚଖାଉଥାଏ
ସେ ଯେ ସଖା ଆମର
ତାର କୃପାବାରି ଯେ ଅପାର(୨)
କେଡେ ବିଶାଳ ତା ହୃଦୟ ସତରେ ମନେ କରୁଣା ଅପାର
ଯେତେ ଗାଉଥିଲେ କେବେ ନ ସରିବ ଏମିତି ମହିମା ତାର
ସେ ଯେ ନିଃସ୍ୱାର୍ଥପର
ବିପଦ ବେଳର ସହୋଦର (୩)
ଜୀବଜଗତର ମଧ୍ୟେ ପରା ଏଇ ବୃକ୍ଷ ଅଟଇ ଯେ ସାର
ଅହର୍ନିଶି ଖାଲି ଚାହିଁ ବସିଥାଏ କରିବାକୁ ଉପକାର
ସେ ଯେ ପରୋପକାରୀ
ଦୁଃଖ ଦୂର କରଇ ସବୁରି(୪)
ସାରା ଶରୀର ତା ସମର୍ପିତ ଥାଏ ସମାଜର ହିତ ପାଇଁ
ସ୍ୱଚ୍ଛ ପରିବେଶ ସ୍ୱଚ୍ଛ ଜଳବାୟୁ ସିଏ ଥିଲେ ଥାଏ ରହି
ତା'ର ପାଖରେ ପୁଣି
ସାରା ଦୁନିଆଟା ଅଟେ ଋଣୀ(୫)
ଖାଦ୍ୟ ବସ୍ତ୍ର ବାସଗୃହ ସାଥେ ପୁଣି ଦେଉଅଛି ଅମ୍ଳଜାନ
ରୋଗହେଲେ ପୁଣି ଔଷଧ ଦେଇ ସେ ବଞ୍ଚାଏ ଆମ ଦୀବନ
ଦେଇ ଶୁଦ୍ଧପବନ
କରେ ସଂସାର ହିତ ସାଧନ(୬)
ବନ୍ଧୁତାକୁ ଭୁଲି ତା'ଉପରେ ଆମେ କରୁ କେତେ ଅତ୍ଯାଚାର
ବାରବାର କ୍ଷମି ଆମ ପାଇଁ ପୁଣି ଝରାଏ ଅମୃତ ଝର
ସହି କେତେ କଷଣ
ରଖେ ଆମରି ଅମୂଲ୍ୟ ପ୍ରାଣ(୭)
ସୃଷ୍ଟି ଆରମ୍ଭରୁ କରିଥିଲା ବୋଲି ବନ୍ଧୁତା ଆମ ସାଥୀରେ
ନିଜ ଜୀବନକୁ ବଳିଦାନ ଦେଇ ଆମ ସୁଖ ଚିନ୍ତାକରେ 
ରଖି ବନ୍ଧୁତା ମାନ
ଦୁଃଖ କରି ଚାଲିଛି ହରଣ(୮)
ଏବେଠାରୁ ଆମେ ସଚେତନ ହୋଇ ନକଲେ ବୃକ୍ଷରୋପଣ
ମାନବ ସଭ୍ୟତା ଧରିତ୍ରୀ ବକ୍ଷରେ ହେଇଯିବ ଯେ ବିଲୀନ
ଆଖିରୁ ଧରିତ୍ରୀର
ଲୁହ ଝରୁଥିବ ଝରଝର(୯)
ବନ୍ଧୁର କର୍ତ୍ତବ୍ୟ ବୃକ୍ଷ ବୁଝିଅଛି ଆମେ ଯେ ଅବୁଝା ଜନ
ବେଳ ଥାଉଥାଉ ସୁଧୁରିକି ସର୍ବେ ହେଇଯିବା ସାବଧାନ
ଚିହ୍ନି ପ୍ରକୃତ ସାଥୀ 
ବୃକ୍ଷ ରୋପଣ କରିବା ନିତି(୧୦)

ସୌଭାଗ୍ୟବତୀ ଗିରି
କେନ୍ଦ୍ରାପଡା

No comments: