ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ବୃକ୍ଷ ମୋର ବନ୍ଧୁ - ପ୍ରଦୀପ କୁମାର ସାହୁ , ନୟାଗଡ଼

        :: ବୃକ୍ଷ ମୋର ବନ୍ଧୁ ::
ବନ୍ଧୁ ପରି ବନ୍ଧୁଟିଏ ଅଛି ମୋ ସାଥିରେ
ଜନମରୁ ମରଣ ସେ ଲାଗେ ମୋ କାମରେ ।।
ଏନ୍ତୁଡ଼ି ଶାଳାରେ  ପୁଣି ଜଳେ ମଶାଣିରେ
ଦିଏ ଅମ୍ଳଜାନ ଆଉ ଶୀତଳ ଛାଇରେ ।।
ମୂଳ ପିଣ୍ଡ ଅଟେ ଵୃକ୍ଷରାଜି ପ୍ରକୃତିର
ଵିହଙ୍ଗଟି ବାସକରେ ତାହାରି କୋଳର ।।
ଫୁଲ ଫଳ ଦେଇ ପୋଷେ ସିଏତ ପ୍ରାଣୀଙ୍କୁ
ତା 'ଵିନା ବଞ୍ଚିବା କଷ୍ଟ ହୁଏତ ସଭିଙ୍କୁ ।।
ଫଳ ପୁଷ୍ପ ନାହିଁ ଯଦି ନିଶ୍ଚେ ପତ୍ର ଯୁକ୍ତ
ଔଷଧ କରି ରୋଗରୁ ହୋଇଥାନ୍ତି ମୁକ୍ତ ।।
କରି ଆସବାବପତ୍ର ସର୍ଵୈ କାଣ୍ଡ ନେଇ
ବ୍ୟବହାର ହୁଏ ପୁଣି ସେ ଜାଳେଣି ପାଇଁ ।।
ଜଗତର ବନ୍ଧୁ ସିଏ ଦେବତା ସମାନ
ତା' ଵିନା ବଞ୍ଚିବା କଷ୍ଟକର ଏ ଜୀବନ ।।
ନିମ୍ବ ଦାରୁ ରେ ନିର୍ମାଣ ଜଗନ୍ନାଥ ବନ୍ଧୁ 
କାଷ୍ଠେ ନାଵ କରି ଲଙ୍ଘିପାରେ ସାତସିନ୍ଧୁ ‌।।
ମହା ପ୍ରଳୟ ରେ ଥିଲା ବଟବୃକ୍ଷ ସାହା
ସୃଷ୍ଟି ରକ୍ଷା ପାଇଁ ସିନା ଏକମାତ୍ର ରାହା ।।
ଗଛମୋର ପ୍ରିୟ ବନ୍ଧୁ ଏହା ମୁଁ ଜାଣିଛି
ଲଗାଇବା ପାଇଁ କିଛି ସପଥ କରୁଛି ।।
ଏପରି ବନ୍ଧୁ ପାଇଁ ଧନ୍ୟ ମୁଁ ହେଇଛି
ପ୍ରତିଦିନ ଗଛଟି ପୋତହେ କହୁଛି ।।

ପ୍ରଦୀପ କୁମାର ସାହୁ
  ଚାନ୍ଦପୁର, ଜି - ନୟାଗଡ

No comments: