:: ବୃକ୍ଷ ମୋର ବନ୍ଧୁ ::
ନିଶ୍ୱାସେ ତୁ ପ୍ରଶ୍ୱାସେ ତୁ
ତୋ ବିନା ନାହିଁ ଅନ୍ଯ ଗତି
ଜୀବନ ଜୀଇଁବାର ଜୀବନ୍ତ ରହିବାର
ଏ ଧରା ପୃଷ୍ଠେ।
କେଡେ ସୁନ୍ଦର କେଡେ ମନଲୋଭା
ଆମ ଚତୁର୍ଦ୍ଦିଗ
ସବୁଜ ଆସ୍ତରଣ ଘଞ୍ଚ ଅରଣ୍ଯରେ।
ଭରପୂର ଏଇ ସୋରିଷ କ୍ଷେତରେ।
ଦିନ ବରଷ କାଳ ଖରା ବର୍ଷା ଶୀତ
ଥକେନା କେବେ ସେ
ସହଇ ସବୁ ତା ନଗ୍ନ ଦେହ
ଚାରୁ ଚିତ୍ର ପଟ୍ଟ।
ରୌଦ୍ର ପ୍ରତାପେ ରକ୍ଷା କରେ ଆମ୍ଭଙ୍କୁ
ଢାଙ୍କି ନିଜ ଅଙ୍ଗ ପ୍ରତ୍ଯଙ୍ଗେ
ଛାଇ ଦିଏ ସଭିଁଙ୍କୁ
ନିଜେ ଜଳି ପୋଡି ପାଉଁଶ ହୋଇ।
ସ୍ୱାର୍ଥର ଦୁନିଆଁ ଏହି ତ ଆମର
କରନ୍ତି ସଭିଏଁ ସ୍ୱାର୍ଥ ପୂରଣ
ଦଳି ମକଚି ପୁଣି ଆଗକୁ ବଢନ୍ତି
ପ୍ରତିଯୋଗିତା କରି ବାରବାର।
ସମୟ ଚକ୍ରରେ ବରଷା କରଏ
ଚାଷୀଙ୍କ ମୁହଁରେ ହସ ଫୁଟାଏ
ନୀଳ ଆକାଶ ବୁକୁରେ ଗର୍ଭିଣୀ ମେଘ ଆଣେ
ପ୍ରଥମ ବୁନ୍ଦାରେ ମୟୁର ନାଚେ l
ଈପ୍ସିତ ଖୁସି କୁ ସାଥିରେ ନେଇ
ସହନଶୀଳତା ରେ ଜୀବନ୍ତ ହୋଇ
କାହାର ଆଶ୍ରା ନୀଡ ସେ ହୁଅଇ
କାହାର ବଞ୍ଚିବାର ମାର୍ଗକୁ
ନୂଆ ଦିଶା ଦିଅଇ l
ବୃକ୍ଷ ଯେ ଆମର ଅମୂଲ୍ଯ ସଂପଦ
ଏକଥା ହେଲାଣି ବୁଝିବା ଜରୁରୀ
ବୃକ୍ଷ ଯେ ବନ୍ଧୁ ସଖା ସାଥୀ ସବୁରି
ସେଥିପାଇଁ ତ,
ବୃକ୍ଷରୋପଣ ହେଲାଣି ଏକାନ୍ତ ଜରୁରୀ।
ଶୁଭ୍ରା ସନ୍ତୋଷୀ ଗୌଡ
ରହିତ୍ କଲୋନୀ
ରାୟଗଡା-୭୬୫୦୦୧
No comments:
Post a Comment