" ବୃକ୍ଷ ମୋର ବନ୍ଧୁ "
~~~~~~~~~~~~~~~~~
ସକାଳୁଆ ଚଉରାମୂଳେ ପାଣି ଦେଇ
ବୋଉ ତୋ ଦେହରେ ଢ଼ାଳେ ଯେବେ
ତୁ ଯେମିତି ଚେଇଁ ଉଠୁ,ସତେଜ ହୋଇ
ନିଦ ଭାଙ୍ଗି,ଅଳସ ହାରି !
ସ୍ମିତହସେ ସକାଳର ସ୍ୱାଗତ ଜଣାଉ
ଖେଳିଯାଉ ପାଣିର ବିନ୍ଦୁରେ,
ସୂର୍ଯ୍ୟରଶ୍ମିରେ ଚିକ୍ ଚିକ୍ ହୋଇ,
ଆକର୍ଷିତ କରୁ ତୋ ଲୋଭନୀୟ-ରମଣୀୟ
ସୌନ୍ଦର୍ଯ୍ୟର ପ୍ରକୃତିରେ !
ତୁ ଟିକିଏ ପାଇ ଗୁଡାଏ ବାଣ୍ଟୁ,
ଖୁସି ପାଇ ଶାନ୍ତି ବାଣ୍ଟୁ,
ଅଙ୍ଗାରକାମ୍ଳ ନେଇ ଅମ୍ଳଜାନ ବାଣ୍ଟୁ,
ପରିବେଶକୁ କରୁ ନିର୍ମଳ ସୁସ୍ଥ ପରିମଳ ।
ତୁ ଦେବତା ହୋଇ ତୋ ପବିତ୍ର ଫୁଲରେ
ମୋ ଭଗବାନପାଦ ସୌନ୍ଦର୍ଯ୍ୟବର୍ଦ୍ଧନ କରୁ
ତୋ ଫଳରେ ବୋଉ ପ୍ରସାଦ ଲଗାଏ,
ତୋ କାଠ ଘାରି ପ୍ରଭୁ ମସ୍ତକେ ଚନ୍ଦନଟିପା
ଲଗାଏ, ତୋ ପତ୍ରରେ ବୋଉ ଦେବମନ ଜିତେ ।
ବୃକ୍ଷ ଧନ,ବୃକ୍ଷ ଜନ,ଗୋପ ଲକ୍ଷ୍ମୀ ବୁଲାଉ,
ତୋ ଚେର-ଡ଼ାଳ ମୂଳରୁ କାଣ୍ଡ
ମହୋପକାରୀ ଔଷଧ ବନାଉ,
ଜୀବଜଗତରେ ରକ୍ଷାକବଚ ହୋଇ
ଜୀବନର ଅସୀମ ଦାୟିତ୍ୱ ମୁଣ୍ଡାଉ
।
ତୁ ପରମ ମିତ୍ର,ପରମ ସହୋଦର,
ଛାୟାରେ ତୋର କୋଟି ପଥିକକୁ
ଆଶ୍ରିତ କରି କରୁ କ୍ଳାନ୍ତ ହରଣ
ତୋ କାଠରେ ତିଆରୁ ଘର,
ନିଆଁରେ ପକାଉ ଦି'ଓଳି ଭାତ,
ଖାଦ୍ୟ,ବସ୍ତ୍ର,ବାସଗୃହେ ହେଲୁ ତୁ ସହାୟ ।
ଶେଷରେ ତୁ ବ୍ୟାପିଗଲୁ ମନରୁ ହୁଦୟ ଯାଏ,
ମୃତ୍ତିକାରୁ ସୂର୍ଯ୍ୟ,ଘରରୁ କାରଖାନା ଯାଏ,
ପାଣିରୁ ପବନ,ପାତାଳରୁ ଆକାଶ ଯାଏ
ସକାଳୁ ସନ୍ଧ୍ୟା,ଜନ୍ମରୁ ମୃତ୍ୟୁ ଯାଏ,
ତଥାପି ଦେଖାଇନି ସେ ତା ଘମଣ୍ଡ,
ତା'ଦେହେ ଲୁଚିରହିଛି କୋଟି ସୌନ୍ଦର୍ଯ୍ୟର
ରହସ୍ୟ ।।
ତେଣୁ ବୋଉ କୁହେ ବୃକ୍ଷ ମୋର ସାହାରା ଟିଏ
ମୋ ସୁଖର ଦୁଃଖର ସଖା ସିଏ,
ମାତା-ପିତା-ଭ୍ରାତା-ଭଗିନୀ ଟିଏ,
ସୁଖ-ଶାନ୍ତି-ଦୟା-କ୍ଷମା ଭାବଟିଏ,
ଶୀତ-ହେମନ୍ତ-ସମୀର ଟିଏ,
ଶୀତଳତା-ଚଞ୍ଚଳତା-ମାଦକତା ଛାଇ ଟିଏ,
ମୋ ପରମ ବନ୍ଧୁ ସେ,
ମୋ ପରମ ବନ୍ଧୁ ସେ ।।
ପୂଜା ପଧାନ
ବରଗଡ଼,ଭଟଳି
୭୯୭୮୮୦୭୨୨୪
No comments:
Post a Comment