:: ବୃକ୍ଷ ମୋର ବନ୍ଧୁ ::
ଆସ କୁନା କୁନି ଲଗାଇବା ଗଛ
କରିବା ସବୁଜ ଦେଶ
ଲଗାଇବା ଆମେ ଛୋଟ ଛୋଟ ଗଛ
ଗଢିବା ସୁନ୍ଦର ପରିବେଶ ।।
ଗଛ ଆମପରି ମଣିଷ ଟିଏ
ମଣିଷ ଠାରୁ ଅଧିକ ସିଏ
ଗଛ ଆମଠାରୁ ଅଙ୍ଗାରକାମ୍ଳ ନିଏ
ଗଛ ଆମକୁ ଅମ୍ଳଜାନ ଦିଏ ।।
ଗଛ ଦେଇଥାଏ ଫୁଲ ଫଳ ଆମକୁ
ଦେଇଥାଏ ମହୁ ଝୁଣା
ଗଛ ଦେଇଥାଏ ଡାଳପତ୍ର ପ୍ରାଣୀଙ୍କୁ
କରେ ନାହିଁ ମନ ଊଣା ।।
ବୈଶାଖ ଝାଞ୍ଜିରେ ଶୀତଳମଳୟ
ଦେଉଥାଏ ଆମକୁ ସିଏ
ବାଟୋଇ କୃଷକ ନିଅନ୍ତି ଆଶ୍ରୟ
ସେହ୍ନ ଛାଇ ଦିଏ ସିଏ ।।
ତାପ ନିୟନ୍ତ୍ରଣେ ବିନିଯୋଗ ହୋଇ
ବରଷା କରାଅ ତୁମେ
ତୁମ ଉପକାର ଉପକୃତ ହୋଇ
ବଞ୍ଚି ରହିଥାଉ ଆମେ ।।
ଏନ୍ତୁଡ଼ିରୁ କାଠ ମଶାଣୀ ପର୍ଯ୍ୟନ୍ତ
ଜଳୁଥାଏ ହୁତୁ ହୁତୁ ହୋଇ
ତଥାପି ମଣିଷ ବୁଝୁନି ଏପର୍ଯ୍ୟନ୍ତ
ଆମ ଉପକାରେ ସେଇ ।।
କାଟ ନାହଁ ଗଛ ଜୀବନ ଆମର
ଗଛ ଯେ ଆମ ଉପକାରୀ
ଲଗାଇବା ଗଛ ହସିବ ମୋ ଦେଶ
ମଙ୍ଗଳ ହୋଇବ ଆମରି ।।
ଗଛ ବଞ୍ଚିଲେ ବଞ୍ଚିବ ଜଗତ
ନୂତନ ଜୀବନ ନେଇ
ଆସ ସମସ୍ତେ କରିବା ଶପଥ
ଗଛ ହାଣିବା ନାଇଁ ।।
ଆସ କୁନା କୁନି ଲଗାଇବା ଗଛ
କରିବା ସବୁଜ ଦେଶ
ଲଗାଇବା ଆମେ ଛୋଟ ଛୋଟ ଗଛ
ଗଢିବା ସୁନ୍ଦର ପରିବେଶ ।।
-----------୦--------
ଅଭିମନ୍ୟୁ ପ୍ରଧାନ
ବଡ଼ଚଣା, ଯାଜପୁର,ମୋ-୮୪୫୬୯୦୯୦୨୩
No comments:
Post a Comment