:: ବୃକ୍ଷ ମୋର ବନ୍ଧୁ ::
ସେ ଏମିତି ଏକ ବନ୍ଧୁ
ଯିଏକି,
ଜୀବନସାରା କେବଳ
ଦେବା ଜାଣିଛି
ପାଇବାର ଆଶା ସେ କେବେ କରିନାହିଁ ।
ଫୁଲଫଳଠାରୁ ଆରମ୍ଭ କରି
ତା' ଶରୀରର ପ୍ରତ୍ୟେକଟି ଅଂଗ
ଜନସେବାରେ ସମର୍ପିତ
ତା' ଜୀବନର ପ୍ରତିଟି ମୁହୂର୍ତ୍ତକୁ
ସେ ଲଗାଇଛି
ପରର ଉପକାରରେ
ନିଜେ ଦାରୁଣ ଆଘାତ ପାଇ
ତା'ର ପ୍ରତିବଦଳରେ
ଦେଇଛି ଦାନ
ବଂଚିବାର ସଂଜୀବନୀ
ଅମ୍ଳଜାନ ବିତରଣ କରିଛି
କୌଣସି ପାତରଅନ୍ତର ନକରି ।
ବୈଶାଖର ଧୂ ଧୂ ଖରାରେ
ବାଟୋଇକୁ ଶୀତଳ ଛାୟା
ପ୍ରଦାନ କରିଛି
ଶ୍ରାବଣର ଧାରାରୁ ରକ୍ଷା ପାଇବାପାଇଁ
ଘରଟିଏ ପାଇଁ
ଡାଳପତ୍ର ଦେଇଛି
ପୁଣି ମାଘମାସର ବାଘପରି ଶୀତରୁ
ରକ୍ଷା ପାଇବାପାଇଁ
ତା' ଶରୀରକୁ ଜାଳି
ପ୍ରବଳ ଜାଡରୁ ଅନ୍ଯକୁ ରକ୍ଷା କରିଛି
ଏଇତ ଜୀବନ
ପର ପାଇଁ ଉତ୍ସର୍ଗ ହୋଇପାରିଲେ
ସଫଳ ଜନମ ।
------------0--------
ଡକ୍ଟର ସଂଜୀବ କୁମାର ପାଣିଗ୍ରାହୀ
ସା/ପୋ -କୋଷ୍ଠା, ଜିଲ୍ଲା -ମୟୂରଭଞ୍ଜ
ପିନ୍ -757084,ଫୋନ୍ ନମ୍ବର -9438470027 ।






No comments:
Post a Comment